କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ପୂର୍ବ କାଳରେ ମୁନି ଋଷି ମାନଙ୍କ ଦ୍ଵାରା ବିଶ୍ବର କଲ୍ୟାଣ ପାଇଁ ବିଭିନ୍ନ ଯଜ୍ଞ ମାନ କରୁଥିଲେ । ଯାହା ଫଳରେ ବିଶ୍ବଶାନ୍ତି ସହ ସମସ୍ତଙ୍କ କଲ୍ୟାଣ ହେଉଥିଲା । ଏହିଭଳି ବିଶ୍ଵ ଶାନ୍ତି ପାଇଁ ମାଁ ଗାୟତ୍ରୀଙ୍କ ନବ କୁଣ୍ଡିୟ ଯଜ୍ଞ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆପାଲି ଗ୍ରାମ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଗତ ବୁଧବାର ଦିନ ଶତାଧିକ ମହିଳାଙ୍କ ଦ୍ଵାରା କଳସ ଯାତ୍ରା ହୋଇଥିଲା ବେଳେ ଗୁରୁବାର ଓ ଶୁକ୍ରବାର ନବ କୁଣ୍ଡରେ ଆହୁତି ଦେବା ସହିତ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇଥିଲା । ଏହି ଯଜ୍ଞରେ ଶାନ୍ତିକୁଞ୍ଜ ହରିଦ୍ୱାର ଋଷିପୁତ୍ର ତଥା ପରିବ୍ରାଜକ ମିନିକେତନ ପାତ୍ର ଟୋଲି ଭାବରେ ଓ ସହଯୋଗୀ ବିଜୟ ପଧାନ ପ୍ରମୁଖ ପରିଚାଳନା କରିଥିଲେ ।
ଏହି ମହାଯଜ୍ଞରେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଲୋକେ କୁଣ୍ଡରେ ଆହୁତୀ ପ୍ରଦାନ କରିଥିଲେ । ମାଁ ଗାୟତ୍ରୀଙ୍କ ଚାଳିଶା ପାଠ ସହିତ ସମାଜସେବୀଙ୍କ ଦ୍ଵାରା ଯୁଗ ନିର୍ମାଣ ପୁସ୍ତକ ବଣ୍ଟନ ମଧ୍ୟ ହୋଇଥିଲା ଏବଂ ଖାଲିଆପାଲି ଗାୟତ୍ରୀ ଯଜ୍ଞ ପରିଚାଳନା କମିଟିର ସଦସ୍ୟ ମାନେ ସହଯୋଗ କରିବା ସହିତ ଆଜି ପୂର୍ଣାହୁତି ହୋଇଯାଇଛି ।