ନର୍ଲାଠାରେ କୋରୋନା ଯୋଦ୍ଧା ସମ୍ବର୍ଦ୍ଧନା ସମାରୋହ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଆଜି ନର୍ଲା ବ୍ଲକ ପରିସରରେ କୋରୋନା ଯୋଦ୍ଧା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ନରସିଂହ ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀ, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଭବାନୀଶଙ୍କର ନିଆଲ,

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲା ବ୍ଲକ ମହିଳା ବିଜେଡି ସଭାନେତ୍ରୀ ପ୍ରମିଳା ପଧାନ, ନର୍ଲା ଭାରପ୍ରାପ୍ତ ଚିକିତ୍ସା ଧିକାରୀ ଡା ସନତ କୁମାର ଶତପଥୀ, ସିଡିପିଓ ନିବାସିନୀ ବିଶ୍ବାଳ, ବିପିଓ ସବୀର ପଧାନ, ପିଏଚଇଓ ବିମଳ ଚନ୍ଦ୍ର ଦୀପ, ନର୍ଲା ବିଜେଡି ସଭାପତି ପରେଶ ପଧାନ, ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡ଼ିଆ ପ୍ରମୁଖ ଯୋଗ ଦେଇଥିଲେ । ମହାମାରୀ କରୋନା ସମୟରେ ଆଗଧାଡିର ଯୋଦ୍ଧା ଭାବେ ନିଜ ଜୀବନକୁ ଜଳାଞ୍ଜଳି ଦେଇ ସାଧାରଣ ଜନତାଙ୍କ ସେବା କରିଥିବାରୁ କରୋନା ଯୋଦ୍ଧା ମାନଙ୍କୁ ସାଧୁବାଦ ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ।

Udyog Nursery
Udyogi Nursery

ଏହି ଅବସରରେ ନର୍ଲା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଥିବା ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ ଏବଂ ଜୀବିକା ମିଶନର ସିଆରପି, ଏମବିକେ ମାନଙ୍କୁ କୋରୋନା ସମୟରେ ସେମାନଙ୍କ ଉଲ୍ଲେଖନୀୟ ସେବା ପାଇଁ କରୋନା ଯୋଦ୍ଧା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସାମ୍ବାଦିକ ଲିଙ୍ଗରାଜ ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ଶେଷରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.