ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ଲାଞ୍ଜିଗଡ଼: ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିରର୍ବିଛିନ୍ନ ଭାବରେ ଅଞ୍ଚଳର ସମସ୍ୟା ସମୁହ ସମ୍ପର୍କରେ ପ୍ରଶାସନ ତଥା ସରକାରଙ୍କ ପାଖରେ ଖବର ପହଞ୍ଚାଇ ଆସୁଥିବା ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ଓ ଲାଞ୍ଜିଗଡ ପ୍ରେସ କ୍ଲବର କାର୍ଯ୍ୟକର୍ତ୍ତା ତଥା ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରିଛି ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ. ଫକିର ମୋହନ ମାଝୀ ଓ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତ୍ରିଲୋଚନପୁର ଗ୍ରାମ ପଞ୍ଚାୟତର ଫୁଲଡୁମେରଠାରେ ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ଅନୁଷ୍ଠିତ ହୋଇଥିଲା । ଏଥିରେ ଲାଞ୍ଜିଗଡ଼ ପିଇଡ଼ବ୍ଲୁ ମିଡ଼ିଆ ଏସୋସିଏସନର ସଭାପତି ଦୁଃଖିଶ୍ୟାମ ନାଗ (ନିଲେଶ) ଉପଦେଷ୍ଟା ସନ୍ତୋଷ କୁମାର ତୁଲ, ସଦସ୍ୟ ଅଜିତ ମାଝୀ, ମନୋଜ ଦୋରା, ଦେବାନନ୍ଦ ମାଝୀ ଏବଂ ଲାଞ୍ଜିଗଡ଼ ପ୍ରେସ୍ କ୍ଲବ ସଭାପତି କୈଳାସ ସାହୁ, ସାଧାରଣ ସମ୍ପାଦକ ସୁଶୀଲ କୁମାର ବାଗ, ସଦସ୍ୟ କ୍ଷମାନିଧି ମହାଖୁଡ, ଏମ୍ ଚନ୍ଦ୍ର ଶେଖର ପ୍ରମୁଖ ସାମ୍ବାଦିକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

Udyog Nursery
Udyogi Nursery

ଉକ୍ତ କାର୍ଯ୍ୟକ୍ରମରେ କନିଷ୍ଠଯନ୍ତ୍ରୀ ପିତାମ୍ବର ହେମ୍ରମ, ତ୍ରିଲୋଚନପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଲେଖ ସା, ଗ୍ରାମରୋଜଗାର ସେବକ ଅରବିନ୍ଦ ମହାନ୍ତି ଏବଂ ଡିଓ ଝସକେତନ ଦୁର୍ଗା ଉପସ୍ଥିତ ଥିଲେ ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.