ଅନଲାଇନ କ୍ଳାସ ପାଇଁ ମୋବାଇଲ ଯୋଗାଇଲା ସଂକଳ୍ପ ଚାରିଟେବୁଲ ଟ୍ରଷ୍ଟ

ଖୋର୍ଦ୍ଧା: କରୋନା ସଂକ୍ରମଣ ସମୟରେ ସବୁ ଆଡେ ହାହାକାର ଚାଲିଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ସରକାର, ଆରମ୍ଭ ହୋଇଥିଲା ଅନଲାଇନ କ୍ଳାସ । ଆରମ୍ଭ ଏତେଟା ସହଜ ହୋଇନଥିବା ବେଳେ ପର୍ଯ୍ୟାୟ କ୍ରମେ ବହୁ ସୁଧାର ଆସିଥିଲା । ତେବେ ସଂକ୍ରମଣ ପାଇଁ ସବୁକିଛି ଠପ ପଡିଯାଇଥିବା ବେଳେ ପେଟପାଟଣା ପାଇଁ ଚାଲିଥିଲା ଲଢେଇ, ମୋବାଇଲ ଥିଲା କିଛି ଛାତ୍ରଛାତ୍ରୀ ଙ୍କ ପାଇଁ ସ୍ୱପ୍ନ । ଏଭଳି ଜଣେ ଛାତ୍ରୀ ହେଉଛନ୍ତି ହରିୟାଣା ମେଡିକାଲ କଲେଜର ଶୁଭଶ୍ରୀ ମିଶ୍ର ।  ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ସିମୋର ଗ୍ରାମର ଶ୍ରୀକାନ୍ତ ଚରଣ ମିଶ୍ର ଓ ଜ୍ୟୋତ୍ସ୍ନା ରାଣୀ ମିଶ୍ରଙ୍କ ଝିଅ ହେଉଛନ୍ତି ଶୁଭଶ୍ରୀ । ଶ୍ରୀକାନ୍ତ ପେସାରେ ଜଣେ ଅଟୋ ଚାଳକ ଥିବା ବେଳେ ଲିଭର ରୋଗରେ ଆକ୍ରାନ୍ତ ହୋଇ ତାଙ୍କ ନିଧନ ଘଟିଥିଲା । ବଡ଼ ଝିଅ ଭାବେ ଶୁଭଶ୍ରୀଙ୍କ ଉପରେ ପରିବାର ବୋଝ ତା’ଉପରେ ପୁଣି ତାଙ୍କ ପାଠପଢ଼ା ।  ପରେପରେ ହଠାତ ମାଡି ଆସିଥିଲା ମହାମାରୀ, ସାଜିଥିଲା ବୋଝ ଉପରେ ଲଳିତା ବିଡା । 


ଆରମ୍ଭ ହୋଇଥିଲା ଅନଲାଇନ କ୍ଳାସ ହେଲେ ମୋବାଇଲ ଅଭାବରୁ ପାଠ ପଢିବାକୁ ଅକ୍ଷମ ଥିଲେ ଶୁଭଶ୍ରୀ । ଏ ଭଳି ଦୁଃଖଦ ସମୟରେ ସାହା ହୋଇଥିଲା ସଂକଳ୍ପ ଚାରିଟେବୁଲ ଟ୍ରଷ୍ଟ ତାଙ୍କୁ ଯୋଗାଇଥିଲା ସ୍ମାର୍ଟ ଫୋନ । ତେବେ ଏବେ ଘରେ ଥାଇ ମଧ୍ୟ ଆରାମରେ ଅନଲାଇନ କ୍ଳାସ କରିପାରୁଛନ୍ତି ବୋଲି ଖୁସି ଜାହିର କରିଛନ୍ତି ଶୁଭଶ୍ରୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.