ସଂରକ୍ଷଣ ଦାବୀରେ ଆଦିବାସୀ ମହାସଂଘର ବନ୍ଦ ଡ଼ାକରା: ମ.ରାମପୁରରେ ସଫଳ

କଳାହାଣ୍ଡି, (ହେମନ୍ତ ସାହୁ): ଆଦିବାସୀ ମହାସଂଘର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ଦାବିରେ ଦିଆଯାଇଥିବା ବନ୍ଦ ଡ଼ାକରାର ପ୍ରଭାବ ମ.ରାମପୁରରେ ସଫଳ ଦେଖାଯାଇଛି । ସଂଘ ତରଫରୁ ମ.ରାମପୁର ଚାରିଛକଠାରେ ୫୯ନମ୍ବର ଜାତୀୟ ରାଜପଥ, ମ.ରାମପୁର-ରିଷିଡ଼ା ପୂର୍ତ୍ତବିଭାଗ ରାସ୍ତା ଏବଂ ମ.ରାମପୁର ଭବାନୀପାଟଣା ରାସ୍ତାରେ ଏହି ବନ୍ଦ ଯୋଗୁଁ ଶହ ଶହ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳିଥିଲା । ମ.ରାମପୁରେ ଦୋକାନ ବଜାର ବନ୍ଦ ରହିଥିଲା । ଆଜିର ଏହି ବନ୍ଦକୁ ସଂଘ ତରଫରୁ ବାରୁ ମାଝି, ପଦ୍ମନ ପାତ୍ର, ରାଜୁ ମାଝୀ, ରାଜକିଶୋର ମାଝୀ, ବିପ୍ର ମାଝୀ, ଲୋଚନ ଧରୁଆ, ଲବିର ଭୋଇ, ଧୋବା ପନ୍ଦର, ଶ୍ୟାମ ମାଝୀ ପ୍ରମୁଖ ନେତୃତ୍ୱ ନେଇଥିବାବେଳେ ଯୁବନେତା ବିଭୂତି ଭୂଷଣ ମହାଖୁଡ଼, ବିଶ୍ୱଜିତ ଚାଟାର୍ଜୀ, ସତ୍ୟଜିତ ଚାଟାର୍ଜୀ, ଚମରା ବଗର୍ତ୍ତୀ, ପ୍ରଭାକର ନାଗ ପ୍ରମୁଖ ସହଯୋଗ କରିଥିଲେ । ଠିକ ସେହିପରି ଏହି ବ୍ଲକର ମୋହନଗିରୀ ଗ୍ରାମପଂଚାୟତରେ ମଧ୍ୟ ସିଲି ମାଝୀଙ୍କ ନେତୃତ୍ୱରେ ଦୋକାନବଜାର ସହିତ ରାସ୍ତାଘାଟ ବନ୍ଦ କରାଯାଇଥିଲା । ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.