ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ଉପେକ୍ଷା: ପ୍ରତିବାଦରେ ଆଦିବାସୀ ସଂଘ ପକ୍ଷରୁ ରାସ୍ତାରୋକ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରେ ସରପଞ୍ଚ ପଦବୀ ପାଇଁ ଆଦିବାସୀଙ୍କ ସଂରକ୍ଷଣ ନଥିବା ଘଟଣାକୁ ନେଇ ଆଜି ଜିଲ୍ଲା ଆଦିବାସୀ ସଂଘ କଳାହାଣ୍ଡି ବନ୍ଦ ଡାକରା ଦେଇଛି । ଏହାକୁ ସମର୍ଥନ କରି ଗୋଲାମୁଣ୍ଡା ବ୍ଲକ ଆଦିବାସୀ ସଂଘ ପକ୍ଷରୁ ଆଜି ଗୋଲାମୁଣ୍ଡା ବ୍ଲକ ବନ୍ଦ ଡାକରା ଦେଇଛି । ବ୍ଲକର ସମସ୍ତ ଆଦିବାସୀ ଏକଜୁଟ ହୋଇ ଏକ ବିଶାଳ ଶୋଭାଯାତ୍ରା ସମଗ୍ର ଗୋଲାମୁଣ୍ଡା ସହର ପରିକ୍ରମା କରି କଦଳିମୁଣ୍ଡା ନିକଟରେ ଧର୍ମଗଡ଼ ସିନାପାଲି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ରାସ୍ତାରୋକ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହିତ ଯଦି ସରକାର ଆଦିବାସୀଙ୍କ ଉକ୍ତ ଦାବୀକୁ ନମାନିଲେ ଆନ୍ଦୋଳନ ତୀବ୍ରରୂପ ଧାରଣ କରିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜିର ବନ୍ଦ କାର୍ଯ୍ୟକ୍ରମରେ ବ୍ଲକ ଆଦିବାସୀ ସଭାପତି ଦିଲ୍ଲୀପ ମାଝୀ, ଉପସଭାପତି ଘେନୁରାମ ମାଝୀ, ସମ୍ପାଦକ ଜନ୍ମେଜୟ ମାଝୀ, ଆଦିସ୍କନ୍ଧ ଆଦିବାସୀ ସଂଘ ସମ୍ପାଦକ ଲିଙ୍ଗ ଭୋଇ, ଲଖି ମାଝୀ, ପରମାନନ୍ଦ ମାଝୀ, ଅକ୍ଷୟ ମାଝୀ, ସହଦେଵ ମାଝୀ, ପ୍ରତାପ ମାଝୀ, ଦିଲ୍ଲୀପ କୁମାର ଶବର, ନାରିନେତ୍ରୀ ଶ୍ରୀମତି ଚେତନା ମାଝୀ, ଶ୍ରୀମତୀ ରଜନୀ ମାଝୀ, କେଶବ ମାଝୀ, କୁଶ ମାଝୀ, କମଳ ମାଝୀଙ୍କ ସମେତ ଶତାଧିକ ସଂଖ୍ୟାରେ ଆଦିବାସୀମାନେ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

ଉକ୍ତ ବନ୍ଦ ଡାକରାକୁ ସମର୍ଥନ କରି ସମାଜସେବୀ ସାଉଲ ମଙ୍ଗରାଜ ଓ ପ୍ରସନ୍ନ ରାଉତ ପ୍ରମୁଖ ଉପସ୍ଥିତ ଥିବାବେଳେ ଓବିସି, ଏସଟି ଓ ଏସସି ସମନ୍ବୟ ସମିତି ଗୋଳାମୁଣ୍ଡା ବ୍ଲକ ସଭାପତି ବିନ୍ଦୁ ମହାନନ୍ଦ ମଧ୍ୟ ଉକ୍ତ ବନ୍ଦକୁ ସମର୍ଥନ ଜଣାଇଛନ୍ତି । ସକାଳ ୭ ଘଣ୍ଟାରୁ ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ରୋକ ହୋଇଥିବା ବେଳେ ବନ୍ଦ ଯୋଗୁ ସମସ୍ତ ସରକାରୀ ଅଫିସ ଓ ବ୍ୟାଙ୍କ ମଧ୍ୟ ବନ୍ଦ ରହିଥିଲା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.