ସେବା ନିବୃତ ସାମରିକ କର୍ମଚାରୀ ଚିତ୍ତରଞ୍ଜନ ସାହୁଙ୍କୁ ଜନ୍ମ ମାଟିରେ ସମ୍ବର୍ଦ୍ଧନା

କଳାହାଣ୍ଡି (ନିରଞ୍ଜନ ଗଉଡ): ସେବା ନିବୃତ ସୈନିକ ଚିତ୍ତରଞ୍ଜନ ସାହୁଙ୍କୁ ଜନ୍ମ ମାଟି ସରିଆଁ ଠାରେ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସରିଆଁ ଗ୍ରାମଠାରେ ଏନେଇ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭବାନି ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ଓ ଗ୍ରାମବାସୀବୃନ୍ଦ ଭାରତ ମାତାର ଏହି ସୁଯୋଗ୍ୟ ସନ୍ତାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେବା ନିବୃତ ସାମରିକ କର୍ମଚାରୀ ଶ୍ରୀ ସାହୁ ସରିଆଁ ଗ୍ରାମର କୃତିବାସ ସାହୁ ଓ ହରିପ୍ରୀୟା ସାହୁଙ୍କ ସୁଯୋଗ୍ୟ ସନ୍ତାନ । ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗର ସ୍ଥଳ ସେନାବାହିନୀରେ ୨୦୦୪ ଡିସେମ୍ବର ୧୪ରେ ସେ ଯୋଗଦେଇ ଦୀର୍ଘ ୧୭ ବର୍ଷ ୧୭ ମାସ ୧୭ ଦିନ ଦେଶ ମାତୃକାର ସେବାକରି ୨୦୨୧ ଡିସେମ୍ବର ୩୧ରେ ଅବସର ଗ୍ରହଣ କରିଥିଲେ । ଶ୍ରୀ ସାହୁ ଜଣେ ସ୍ୱଳ୍ପଭାଷୀ, ନମ୍ର, ସରଳ ଓ ଆମୟିକ ବ୍ୟକ୍ତିତ୍ବ । ଦେଶର ବିଭିନ୍ନ ସ୍ଥାନରେ ସୂଚାରୁ ରୂପେ ନିଜ କାର୍ଯ୍ୟ ସଂପାଦନ କରି ଅବସର ପରେ ସେ ଜନ୍ମଭୂମି ସରିଆଁକୁ ଫେରିବା ଅବସରରେ ଆଜି ଏହି ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା ।

Omkar Vasthu
Omkar Vasthu


ଭବାନି ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ସଭାପତି ଦୂର୍ବାଦଳ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶିକ୍ଷାବିତ ଜଗୁଲାଲ ଭୋଇ, ବରିଷ୍ଠ ନାଗରିକ ବୁଦ୍ଧରାମ ଅଗ୍ରୱାଲ, ନିର୍ମଳ ଚନ୍ଦ୍ର ଭୋଇ, ବନମାଳୀ ମାଝୀ, ପ୍ରମୋଦ ଚନ୍ଦ୍ର ଭୋଇ, ସାଧୁରାମ ଭୋଇ, ଶରତ ଚନ୍ଦ୍ର ଭୋଇ, ସରୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନିରଞ୍ଜନ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ସମାରୋହରେ ସେବା ନିବୃତ ସାମରିକ କର୍ମଚାରୀ ଶ୍ରୀ ସାହୁଙ୍କ ପରିବାରବର୍ଗ ସାମିଲ ଥିବାବେଳେ ଶିକ୍ଷକ ଗଙ୍ଗାନାରାୟଣ ଦାଶ ସଭା ପରିଚାଳନା କରିଥିଲେ । ଭବାନି ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ମିଲନ କୁମାର ଭୋଇ , ସଦସ୍ୟ ମନୋଜ କୁମାର ଭୋଇ, ସ୍ଵାଧୀନ କୁମାର ଭୋଇ, ଅସୀମ ଭୋଇ, ପ୍ରତ୍ୟୁଷ ଭୋଇ, ରଶ୍ମିରଞ୍ଜନ ସା, ସୌରଭ ଭୋଇ, ଭକ୍ତ ବିଶ୍ୱାଳ , ପ୍ରଶାନ୍ତ ସାହୁ, ଅଜିତ ସାହୁ, ସୁନନ୍ଦ ଭୋଇ ତଥା ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ‌।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.