ପଞ୍ଚାୟତ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ

କଳାହାଣ୍ଡି, (ନିରଞ୍ଜନ ଗଉଡ): ବିଜେଡି ପକ୍ଷରୁ ନର୍ଲା ବ୍ଲକର ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ ଆୟୋଜିତ ହେଉଛି । ସେହି କ୍ରମରେ ଆଜି ରାକ୍ସି ଓ ସରିଆଁ ପଞ୍ଚାୟତର ବିଜେଡି କର୍ମୀମାନଙ୍କୁ ନେଇ ବୁଢିପଦର ଠାରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, କଳାହାଣ୍ଡି ଜିଲ୍ଲା ବିଜେଡି ଉପସଭାପତି ଚିତ୍ତରଞ୍ଜନ ମଣ୍ଡଳ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଆଦିତ୍ୟ ନନ୍ଦ, ବିଜେଡ଼ି ନେତ୍ରୀ ଲଲିତା ନାଏକ, ବ୍ଲକ ବିଜେଡି ସଭାପତି ପରେଶ ପଧାନ, ବ୍ଲକ ମହିଳା ସଭାନେତ୍ରୀ ପ୍ରମିଳା ପଧାନ, ରାକ୍ସି ସରପଞ୍ଚ ଚନ୍ଦ୍ରମାଁ ଧଙ୍ଗଡାମାଝୀ, ସରିଆଁ ସରପଞ୍ଚ ଜନନୀ ଭୋଇ, ପୂର୍ବତନ ରାକ୍ସି ସରପଞ୍ଚ ବିଜୟ ଧଙ୍ଗଡାମାଝୀ ପ୍ରମୁଖ ଉପସ୍ଥିତ ରହି ସାଙ୍ଗଠନିକ ଶକ୍ତିକୁ ଅଧିକ ମଜଭୁତ କରିବା ନେଇ କର୍ମୀମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ରାକ୍ସି ପଞ୍ଚାୟତ ବିଜେଡି ସଭାପତି ଚକିତ ତାଣ୍ଡି ଓ ସରିଆଁ ପଞ୍ଚାୟତ ବିଜେଡି ସଭାପତି ମନବୋଧ ମାଝୀଙ୍କ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ । ଶେଷରେ ନର୍ଲା ବ୍ଲକ ଯୁବ ବିଜେଡି ସଭାପତି ହରିଶଙ୍କର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.