ମ.ରାମପୁର ବ୍ଳକ ଅଧ୍ୟକ୍ଷ ପଦ ଏଥର ଅଣସଂରକ୍ଷିତ ମହିଳା

● ୧୯ ପଂଚାୟତରୁ ୧୦ରେ ମହିଳାଙ୍କ ସଂରକ୍ଷଣ

କଳାହାଣ୍ଡି, (ହେମନ୍ତ ସାହୁ): ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ନିମନ୍ତେ ଚୂଡ଼ାନ୍ତ ତଥା ସଂଶୋଧିତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏଥିରେ ମ.ରାମପୁର ବ୍ଲକ ଅଧ୍ୟକ୍ଷ ଅଣ ସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ମ.ରାମପୁର ବ୍ଲକରେ ଥିବା ୧୯ଗୋଟି ପଂଚାୟତ ମଧ୍ୟରୁ ୧୦ଟି ପଂଚାୟତରେ ମହିଳାଙ୍କ ପାଇଁ ରହିଛି ସଂରକ୍ଷଣ । ତେବେ ଦୁଇ ଦୁଇ ଥର ସଂରକ୍ଷଣ ତାଲିକା ପରିବର୍ତ୍ତନ ହେବା ପରେ ଏବେ ଯୋଉଁ ତାଲିକା ଆସିଚି ତାକୁ ନେଇ ତିନି ପ୍ରମୁଖ ଦଳ ନିଜକୁ ସଜ କରୁଥିବା ଦେଖାଯାଇଛି । ତେବେ ଜିଲ୍ଲା ପରିଷଦ ସଂରକ୍ଷଣରେ କିଛି ପରିବର୍ତ୍ତିନ ହେଇନି । ଜୋନ୍ ୩୩ରେ ଜନଜାତି ଏବଂ ୩୪ ନମ୍ବର ଜୋନ ଅନୁସୂଚୀତ ଜନଜାତି(ମହିଳା)ଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି । ମ.ରାମପୁର ସଦର ପଂଚାୟତଟି ଅଣସରକ୍ଷିତ(ମହିଳା)ରହିଥିବାବେଳେ ଏଥର ପଂଚାୟତ ଭୋଟଟି ପୁଣି ହଟଚମଟ ସୃଷ୍ଟି କରିବ ବୋଲି ସାଧାରଣରେ ଆଲୋଚନା ହେଉଛି । ତ୍ରିସ୍ତରୀୟ ନିର୍ବାଚନକୁ ନେଇ ବି ଅନେକେ ସନ୍ଦିହାନ ରହିଛନ୍ତି କାରଣ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଫେବୃୟାରୀ ମାସରେ କରୋନାର ନୂଆ ଭାରିଆଣ୍ଟ ଓମାଇକ୍ରନ ଶୀର୍ଷରେ ପହଂଚିଥିବ, ତେଣୁ ଲୋକଙ୍କ ଜୀବନକୁ ନେଇ ସରକାର ଖେଳିବେ ନା ନିର୍ବାଚନକୁ ପଛକୁ ଘୁଞ୍ଚେଇବେ ସେ ନେଇ ମଧ୍ୟ ଅନେକ କଳ୍ପନାଜଳ୍ପନା ଦେଖାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.