ଲାଞ୍ଜିଗଡ଼ ବ୍ଲକରେ ସ୍ଥାପନ ହେବ ୧୯୭ ମୋବାଇଲ ଟାୱାର

● କେନ୍ଦ୍ରମନ୍ତ୍ରୀଙ୍କୁ କୃତଜ୍ଞତା, ସମାଜସେବୀଙ୍କୁ ଛୁଟୁଛି ପ୍ରଶଂସାର ସୁଅ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଓ ମାଓପ୍ରବଣ ଲାଞ୍ଜିଗଡ ବ୍ଲକର ୧୬ଟି ଗ୍ରାମପଞ୍ଚାୟତର ୨ ଶହରୁ ଉର୍ଦ୍ଧ୍ୱ ଗାଁର ୩୦ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ମୋବାଇଲ ଯୋଗାଯୋଗ ଓ ଇଣ୍ଟରନେଟ ସେବାରୁ ବଞ୍ଚିତ ଥିବା ନେଇ କେନ୍ଦ୍ର ରେଳ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ ପୂର୍ବରୁ ତାଙ୍କୁ ଚିଠି ଲେଖି ସମସ୍ୟା ସଂପର୍କରେ ଅବଗତ କରାଇଥିଲେ ଲାଞ୍ଜିଗଡ ବ୍ଲକରେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରିବା ସହ ସମାଜସେବା ଜାରି ରଖିଥିବା ଯୁବପ୍ରତିଭା ସୁଶୀଲ କୁମାର ବାଗ । ତାଙ୍କ ଚିଠି ଲେଖିବା ପରେ ଗତକାଲି ସନ୍ଧ୍ୟାରେ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଓଡିଶାରେ ତିନି ହଜାରରୁ ଉର୍ଦ୍ଧ୍ୱ ମୋବାଇଲ ଟାୱାର ସ୍ଥାପନ ପାଇଁ ଘୋଷଣା କରିଥିବାବେଳେ କଳାହାଣ୍ଡି ଜିଲ୍ଲା ପାଇଁ ରେକର୍ଡ ସଂଖ୍ୟକ ୫୧୬ଗୋଟି ମୋବାଇଲ ଟାୱାର ସ୍ଥାପନ ପାଇଁ ଘୋଷଣା କରିଛନ୍ତି । ସେଥିମଧ୍ୟରୁ ଶ୍ରୀ ବାଗଙ୍କ ଦାବିକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କେବଳ ଲାଞ୍ଜିଗଡ ବ୍ଲକ ପାଇଁ ସର୍ବାଧିକ ୧୯୭ଗୋଟି ମୋବାଇଲ ଟାୱାର ସ୍ଥାପନ କରାଯିବା ନେଇ ଘୋଷଣା କରିଛନ୍ତି । ଏହାକୁ ନେଇ ମାନ୍ୟବର ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ସମେତ ଏଥିପାଇଁ ଉଦ୍ୟମ ଆରମ୍ଭ କରିଥିବା ରାଜ୍ୟର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାଂସଦ ସୁଜିତ କୁମାର, ବିଧାୟକ ପ୍ରଦୀପ କୁମାର ଦିଶାରିଙ୍କ ପଦକ୍ଷେପକୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ତେବେ ଯୁବସମାଜସେବୀ ସୁଶୀଲ କୁମାର ବାଗଙ୍କ ପତ୍ରକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ହେଉଥିବାବେଳେ ଲାଞ୍ଜିଗଡ ବ୍ଲକ ଅଞ୍ଚଳବାସୀ ତଥା ମୋବାଇଲ ଯୋଗାଯୋଗରୁ ବଞ୍ଚିତ ଲୋକେ ତାଙ୍କୁ ଭୁରିଭୁରି ପ୍ରଶଂସା କରୁଛନ୍ତି । ତେବେ ଲୋକଙ୍କ ପ୍ରଶଂସାର ଉତ୍ତରରେ ଶ୍ରୀ ବାଗ ଲୋକଙ୍କ ସମସ୍ୟାର ସମାଧାନ କରିବା ତାଙ୍କର ମୁଖ୍ୟ ପ୍ରାଥମିକତା ଓ ଜଣେ ସଚେତନ ନାଗରିକ ଭାବେ ସେ ତାହା କରିଛନ୍ତି ଓ ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ଆଦିବାସୀ, ଦଳିତ ଓ ଗରିବ ଅସହାୟଙ୍କ ପାଇଁ ତାଙ୍କ ସେବା ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.