କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋଭିଡ ମହାମାରୀରେ ଆକ୍ରାନ୍ତ ହୋଇ ମୃତ୍ୟବରଣ କରିଥିବା ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି ।ଓକିଲମାନେ କାର୍ଯ୍ୟକରୁଥିବା ସମୟରେ କୋଭିଡ ମହାମାରୀରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ ରାଜ୍ୟ ସରକାର୨୫ ଲକ୍ଷ ଟଙ୍କା କୋଭିଡ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୋରପୁଟ ଓକିଲ ସଂଘର ସଭାପତି ଅଜିତ ପାତ୍ର ନିବେଦନ କରାଯାଇଥିବା ପ୍ରକାଶ କରିଛନ୍ତି ।