କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକମାନଙ୍କୁ କୋଭିଡର ଉପଯୁକ୍ତ ଆଚରଣ ପାଳନ କରିବାକୁ କୋରାପୁଟ ପୋଲିସର ସଚେତନତା କରାଯାଇଥିବା ଜଣାପଡିଛି ।କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ପୂଜାରୀଙ୍କ ନେତୃତ୍ୟରେ କୋରାପୁଟ ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ ଧିରେନ ପଟନାୟକ, ଅତିରିକ୍ତ ଭାରପ୍ରାପ୍ତ ନିରୀକ୍ଷକ ଶଙ୍କର ପ୍ରସାଦ ମାଝି, ଏସଆଇ ସୁଦର୍ଶନ ଅଧିକାର, କୋରାପୁଟ ସଦର ଥାନା ଭାରପ୍ରାପ୍ତ ନିରୀକ୍ଷକ କିରଣବାଲା ସାମଲ, କୋରାପୁଟ ପୈାରପରିଷଦର କର୍ମଚାରୀମାନେ ବସଷ୍ଟାଣ୍ଡରେ ମାସ୍କ ପିନ୍ଧି ନ ଥିବା ଲୋକମାନଙ୍କୁ ମାସ୍କ ପ୍ରଦାନ କରିବା ସହ ପିନ୍ଧେଇଥିବା ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା ଓ ସାନିଟାଇଜ ଉପରେ ଗୁରୁତ୍ୱ ଦେବାକୁ ଲୋକମାନଙ୍କୁ ସଚେତନତା କରିଥିଲେ ।ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ଲୋକମାନେ କାମ ନ ଥିଲେ ଘରୁ ନ ବାହାରିବାକୁ ସଚେତନତା କରାଯାଇଥିଲା ।