କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାର ଜିଲ୍ଲାସ୍ତରୀୟ ବୈଦ୍ୟ ସଂଯୋଜନା କମିଟୀ ତରଫରୁ ବଜ୍ରଗଡ଼ ଜଙ୍ଗଲରେ ବନୌଷଧୀ ଅନ୍ୱେଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପଲମ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଆୟୁଷ ଚିକିତ୍ସାଧୀକାରୀ ଡ଼ାକ୍ତର ରାଜେଶ କୁମାର ସାହୁ ମୁଖ୍ୟ ଅତିଥିଭାବରେ ଯୋଗଦେଇଥିଲେ । କମିଠୀର ସଭାପତି ବୈଦ୍ୟ ଜଗବନ୍ଧୁ ମୁନୀ, ସଂପାଦକ ଅଜିତ କୁମାର ସାହୁ, କୋଷାଧ୍ୟକ୍ଷ ତ୍ରୈଲୋକ୍ୟ ପଧାନ, ଏମ୍ ଭସ ଏସ୍ କଳାହାଣ୍ଡିର ସଭାପତି ଦ୍ୱାରିକା ରଣା, ନରେଶ କୁମାର ସାହୁ, ଆଦି ଯୋଗଦେଇ ବନୌଷଧୀ ଅନ୍ୱେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈଦ୍ୟରାଜ ସରୋଜକାନ୍ତ ପଧାନ, ମୋହନ ନାଏକ, ଜୟଚନ୍ଦ୍ର ଭୋଇ, ପ୍ରେମଲାଲ ଭୋଇ, ଜୟବୀ ବଗର୍ତ୍ତି, ଗଣେଷ ମାଝୀ, ଗୋପିନାଥ ନାଏକ, କିରଣ ଚନ୍ଦ୍ର ଭୋଇ ପ୍ରମୁଖ ଯୋଗଦେଇଥିଲେ । ଏହି ଅନ୍ୱେଷଣରେ ମଦନଫଳ, ବାଦିଚାଙ୍ଗ, ଦୁରାଲଭା, ଧବ, ଶିରୀଷ, ସମରସିଙ୍ଗା, ହସ୍ତିକର୍ଣ୍ଣି, ମାଷପର୍ଣ୍ରି, ରକ୍ତପିଛୁଳି ଲତା, ଜୀବନ୍ତୀ, ବଣଭାଲିଆ, ରାସ୍ନା, ଗୟା, ଅଶ୍ୱସ୍ତ, ବଣ ଅଳସି ଆଦି ପଚାଶରୁ ଅଧିକ ବିରଳ ପ୍ରଜାତିର ବନସ୍ପତି ଚିହ୍ନଟ କରି ସଂଗ୍ରହ କରିଥିଲେ । ପରେ ଅମାଠର ପ୍ରାଚୀନ ଶୈବପୀଠଠାରେ ଏକ ସାଧାରଣ ବୈଠକ ସହିତ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରାଯାଇଥିଲା ।