କେସିଙ୍ଗା, (ମଧୂସୁଦନ ଠାକୁର): କଳାହାଣ୍ଡି ଜିଲ୍ଲାରେ କରୋନା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲୋକମାନେ କିପରି ସରକାରଙ୍କ ଦ୍ଵାରା ଧାର୍ଯ୍ୟ କୋଭିଡ ନିୟମ ପାଳନ କରି ସୁରକ୍ଷିତ ରହିବେ ସେଥିପାଇଁ କେସିଙ୍ଗା ପ୍ରଶାସନ ପକ୍ଷରୁ କେସିଙ୍ଗା ସହରର ସମସ୍ତ ବ୍ୟବସାୟୀ ଓ ଜନସାଧାରଣ ଙ୍କୁ ସଚେତନ କରାଯାଇ ଥିଲା। ବ୍ୟବସାୟୀ ମାନେ ଦୋକାନରେ ସାନିଟାଇଜର, ମାସ୍କ ଓ ଦୂରତ୍ବ ବଜାଇ ରଖିବାପାଇଁ ପ୍ରଶାସନ ପକ୍ଷରୁ ତାଗିତ ଓ ଅନୁରୋଧ କରାଯାଇ ଥିଲା। କୋଭିଡ ନିୟମ ଉଲଘଂନ କଲେ ଓ ଭିଡ଼ ଜମାଇଲେ ଫାଇନ ଓ ଦୋକାନ ସିଲ୍ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କର, ଆଇଆଇସି ସତ୍ୟ କୁମାର ନନ୍ଦ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।