କଟକ ସଦର, (ଶ୍ରୀକାନ୍ତ ବେଉରା): କଟକ ସଦର ୪୨ ମୌଜା ଉପକଣ୍ଠ ଡିହ ସରିଚୁଆଁ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଧର୍ମ ପରାୟଣ ବ୍ୟକ୍ତିତ୍ଵ ସ୍ବର୍ଗତ କୁମର ବର ଚୌଧୁରୀ(୧୦୦) ଙ୍କ ବିୟୋଗ ଘଟିଛି । ଏହି ଆଦର୍ଶ ପ୍ରତିଭାଙ୍କ ବିୟୋଗରେ ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀ ଗଭୀର ଶୋକ ପ୍ରକାଶ କରିବା ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେହି ସାରସ୍ବତ ସାଧକଙ୍କୁ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ ସହ ତାଙ୍କ ସୁପୁତ୍ର ସମାଜ ସଂସ୍କାରକ ପ୍ରକାଶ ଚୌଧୁରୀ ମୁଖାଗ୍ନି ଦେଇଥିଲେ ଏଥିସହ ପରିଷଦ ସ୍ୱଜନ ଉପସ୍ଥିତ ରହି ଶବ ସଂସ୍କାର କରାଯାଇଥିଲା ।