ଆଦିତ୍ୟ ବିର୍ଲା ସ୍କୁଲରେ ଟୀକାକରଣ କାର୍ଯ୍ୟକ୍ରମ

ରାୟଗଡ଼ା/କାଶୀପୁର: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଓଷାପଡାସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ପରିସରରେ ୧୫ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କୁ ଟିକାକରଣ କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଦାଶଙ୍କ ତତ୍ୱାବଧାନରେ ସଂଯୋଜିତ ହୋଇଯାଇଛି । କୋଭିଡ-୧୯ ବର୍ତ୍ତମାନ ସମଗ୍ର ବିଶ୍ଵରେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହିପରି ବିପର୍ଯ୍ୟୟ ଜନୀତ ରୋଗରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଓଡ଼ିଶା ସରକାର ଓ ଉତ୍କଳ ଆଲୁମିନା ସହଯୋଗରେ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ଚଲାଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଉତ୍କଳ ଆଲୁମିନାର ୟୁନିଟ ହେଡ ମଜହର ଉଲ୍ଲା ବେଗ୍ ଆଭାସୀ ମାଧ୍ଯମରେ ଉଦଘାଟନ କରିଥିଲେ । ଶ୍ରୀଯୁକ୍ତ ବେଗ୍ ତାଙ୍କ ଉଦଘାଟନୀ ଭାଷଣରେ କହିଛନ୍ତି ଯେ, ମହାମାରୀ ସମୟରେ ଉତ୍କଳ ଆଲୁମିନା ଏହି ଅଞ୍ଚଳବାସୀମାନଙ୍କ ସହ ଅଛନ୍ତି । ସମଗ୍ର ସମାଜକୁ ମହାମାରୀରୁ ରକ୍ଷା କରିବାପାଇଁ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଲୋକଙ୍କୁ ଉତ୍ସାହିତ କରିଥିଲେ । ଯୁବ ପିଢି ମାନଙ୍କ ପାଇଁ ଏପରି ଅନୁକମ୍ପା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଡ଼ାକ୍ତରମାନଙ୍କୁ ତଥା ବିଦ୍ୟାଳୟକୁ ଅଭିନନ୍ଦନ ଜଣାଇଛନ୍ତି । ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଶୁଶ୍ରୀ ହିବା ବେଗ୍ ଙ୍କୁ ପ୍ରଥମେ ଟୀକାକରଣ କରାଯାଇ ଏହି କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା ।

Omkar Vasthu
Omkar Vasthu


ଉତ୍କଳ ଆଲୁମିନାର ଉପସଭାପତି ପି.ଭି.ଆର. କ୍ରିଷ୍ଣା, ମାନବ ସମ୍ବଳ ବିକାଶ ମୁଖ୍ୟ ରାକେଶ ପ୍ରତାପ ସିଂ, ସି.ଏସ.ଆର. ମୁଖ୍ୟ ଡ଼ଃ ଲୋପାମୁଦ୍ରା ପ୍ରିୟଦର୍ଶିନୀ, ମୁଖ୍ୟ ଚିକିତ୍ସାଧିକାରୀ ଉତ୍କଳ ହସ୍ପିଟାଲ ଅରିନ୍ଦମ ରାୟ ଚୈ।ଧୁରୀ, ମ୍ୟାନେଜର ଏଚ୍.ଆର୍. ପିତାମ୍ବର ବେହେରା, କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୈ।ମ୍ୟା ଏହି କାର୍ଯ୍ୟକ୍ରମ ସୁପରିଚାଳନା ନିମନ୍ତେ ଅଂଶଗ୍ରହଣ କରି ମାର୍ଗଦର୍ଶନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ସଂପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମ ସଫଳ କରିଥିବାରୁ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାଶ ଅଭିଭାବକ ମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ଟୀକାକରଣ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିବାରୁ ସିଡିଏମଓ ରାୟଗଡା ଓ ସିଡିଏମଓ ଉତ୍କଳ ହସ୍ପିଟାଲକୁ ଧନ୍ୟବାଦ ଜଣାଇଛନ୍ତି । ରାୟଗଡ଼ା ଜିଲ୍ଲାରେ ଟୀକାକରଣ ପାଇଁ କେନ୍ଦ୍ର ଭାବରେ ଏ.ବି.ପି.ଏସ. ଓଷପଡାକୁ ଗ୍ରହଣ କରାଯାଇଥିବାରୁ ସେ ଜିଲ୍ଲା ପ୍ରଶାସନ ସହ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Udyog Nursery
Udyogi Nursery

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ସହ କାଶୀପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.