ବିଧାୟକଙ୍କ ଦ୍ବାରା ବିଜୁ ପକ୍କା ଘର ମରାମତି ସହାୟତା ପ୍ରଦାନ ଓ ଜନ ସଚେତନତା କାର୍ଯ୍ୟକ୍ରମ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ଗ୍ରାମର ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ୩ ହଜାର ଟଙ୍କା ସହାୟତା ସଂପର୍କରେ ସଚେତନ କରାଇଛନ୍ତି ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି । ବିଧାୟକ ଆଜି ବ୍ଲକର ବିନାୟକପୁର, ବିଶ୍ୱନାଥପୁର, ହରିହରପୁର, ଛତ୍ରପୁର ଆଦି ଗ୍ରାମର ହିତାଧିକାରୀଙ୍କୁ ସରକାରଙ୍କ ଘୋଷଣା ସଂପର୍କରେ ଅବଗତ କରାଇଥିଲେ ।

Omkar Vasthu
Omkar Vasthu


ବିଧାୟକଙ୍କ ସହିତ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ, ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ବ୍ଲକ ଉପାଧ୍ୟକ୍ଷା ତୁଳସୀ ନାଏକ, ଜିଲ୍ଲା ପରିଷଦ ସଦସ୍ୟ ଉପେନ୍ଦ୍ର ରାଉତ, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ଯୁବ ସମାଜସେବୀ ସୁଶୀଲ କୁମାର ବାଗ, ଲାଞ୍ଜିଗଡରୋଡ ସରପଞ୍ଚ ଟଙ୍କଧର ମାଝୀ, ଜିଲ୍ଲା ଏସସିସେଲ ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ଲାଞ୍ଜିଗଡ଼ ୧ନଂ ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ପ୍ରସନ୍ନ ପରିଡା, ସୁବନ ଭୋଇ, ବିଶ୍ୱାମିତ୍ର ଘଡେଇ, ମହେନ୍ଦ୍ର କରୁଆଁ, ସତ୍ୟ ନାଏକ, ସେନାପତି ନାଏକ ପ୍ରମୁଖ ସାମିଲ ହୋଇଥିଲେ ।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.