ସରକାରୀ ବୈଠକରେ ପ୍ଲାଷ୍ଟିକ ବ୍ୟବହାର ମନା ନେଇ ବିଜ୍ଞପ୍ତି ପ୍ରକାଶ କଲେ କୋରାପୁଟ ଜିଲ୍ଲାପାଳ

କୋରାପୁଟ: ଆଉ ସରକାରୀ ବୈଠକ ଗୁଡିକରେ ବ୍ୟବହାର ହେବନି ପ୍ଲାଷ୍ଟିକ । ଜିଲ୍ଲାରେ ହେଉଥିବା ସରକାରୀ ବୈଠକରେ ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରିବାକୁ ଲିଖିତ ବିଜ୍ଞପ୍ତି ପ୍ରକାଶ କଲେ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର । ସରକାରୀ ସଭା ସମିତିରେ ଫାଇଲ ପତ୍ର ଠାରୁ ଆରମ୍ଭ କରି ପାଣି ବୋତଲ ପର୍ଯ୍ୟନ୍ତ ବହୁ ପରିମାଣରେ ପ୍ଲାଷ୍ଟିକର ବ୍ୟବହାର କରାଯାଉଥିବା ପରିଲକ୍ଷିତ ହୋଇଛି । ଏହା ଫଳରେ ସରକାରୀ କାର୍ଯ୍ୟାଳୟ ଗୁଡିକରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିମାଣ ବଢ଼ିବାରେ ଲାଗିଛି । ଏଥି ସହିତ ସରକାରୀ ବୈଠକ ଗୁଡିକରେ ଅଯଥା ଖର୍ଚ୍ଚ ମଧ୍ଯ ବୃଦ୍ଧି ପାଉଥିବା ଯୋଗୁଁ କୋରାପୁଟ ଜିଲ୍ଲାପାଳ ଏପରି ନିଷ୍ପତ୍ତି ନେଇଛନ୍ତି । ଗତକାଲି ପ୍ରଶାସନ ତରଫରୁ ସରକାରୀ ବୈଠକ ଗୁଡିକରେ ପ୍ଲାଷ୍ଟିକ ର ବ୍ୟବହାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ଏକ ଲିଖିତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହା ଫଳରେ ସରକାରୀ କଳ ସୃଷ୍ଟି କରୁଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ର ପରିମାଣ ଉପରେ ନିୟନ୍ତ୍ରଣ ଆସିବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.