କଳାହାଣ୍ଡି, (ନିରଞ୍ଜନ ଗଉଡ଼): ନର୍ଲା ସହର ବସଷ୍ଟାଣ୍ଡ ନିକଟ ମାର୍କେଟ କମ୍ପେକ୍ସ ରୁ ଦୁଇ ଜଣ କରୋନା ପଜିଟିଭ ଚି଼ହ୍ନଟ ହେବା ଜଣା ପଡିବାରୁ ନର୍ଲା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୦୫ – ୧୦/୧/୨୨ଯୋଗେ ନର୍ଲା ସରପଞ୍ଚ ଆଜି ଅପରାହ୍ନ ୫ ଘଣ୍ଟା ଠାରୁ ଆସନ୍ତା ୧୬/୧/୨୨ ତାରିଖ ଅପରାହ୍ନ ୫ ଘଣ୍ଟା ପର୍ଯ୍ୟନ୍ତ ଜିତୁ ଚାନ୍ଦ ମାର୍କେଟ କମ୍ପ୍ଲେକ୍ସକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯଇଛି ।ସେହିପରି ସର୍ଗିଗୁଡା ଗ୍ରାମପଞ୍ଚାୟତ ର ନର୍ଲାରୋଡ଼ ରୁ ମଧ୍ୟ ୨ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ଜଣାପଡିଛି ।