କୋକସରା, (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ଠାରେ ଆମପାଣି ଜିଲ୍ଲା ପରିଷଦ ଜୋନ ର ୮ଟି ପଂଚାୟତର ଅନୁସୂଚିତ ଜାତିର ସଦସ୍ୟ ମାନେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି ଜୋନ ୧ ରେ ଜିଲ୍ଲା ପରିଷଦ ଆସନ ଅନୁସୂଚୀତ ଜାତି ଙ୍କ ପାଇଁ ଦାବି କରିଛନ୍ତି । ଦିର୍ଘ ୨୫ବର୍ଷ ପରେ ଆମପାଣି ଜୋନ ରେ ଅନୁସୂଚୀତ ଜାତି ମହିଳା ପାଇଁ ସଂରକ୍ଷଣ ଦିଆଯାଇଥିଲା । ପରେ ପରିବର୍ତନ କରି ଏହି ଆସନ ପାଇଁ ଅନୁସୂଚୀତ ଜାତି ପୁରୁଷ ସ୍ଥାନ ଦିଆଯାଇଥିଲା । ତେବେ ଚୁଡାନ୍ତ ସଂରକ୍ଷଣ ଚିଠା ପ୍ରକାଶ ପରେ ଏହି ଜୋନରେ ଅନୁସୂଚୀତ ଜାତି ପୁରୁଷ ସ୍ଥାନ କୁ ପରିବର୍ତ୍ତନ କରି ଅନୁସୂଚୀତ ଜନଜାତି ମହିଳା ଆସନ ଦିଆଯାଇଛି । ଯାହା ଫଳରେ ଅନୁସୂଚିତ ଜାତି ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପୁନଃର୍ବାର ଏହି ଜୋନ ପାଇଁ ସରକାର ଅନୁସଚିତ ଜାତି ପାଇଁ ଆସନ ସଂରକ୍ଷଣ କରାଯାଉ ବୋଲି ଦାବି କରିଛନ୍ତି । ସରକାର ଏଥିପ୍ରତି ଧ୍ୟାନ ନ ଦିଅନ୍ତି ତେବେ ଅନୁସୂଚୀତ ଜାତି ପକ୍ଷରୁ ରାଜ ରାସ୍ତା କୁ ଓହ୍ଲେଇବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ।