କେସିଙ୍ଗା ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ପୁଷପୁନି ପର୍ବ ପାଳନ

କେସିଙ୍ଗା, (ମଧୂସୁଦନ ଠାକୁର): ଆଜି କଳାହାଣ୍ଡିର ବିଭିନ୍ନ ଅଞ୍ଚଳରେ ହର୍ଷ ଉଲ୍ଲାସର ସହ ପୁଷପୁନି ପର୍ବ ପାଳିତ ହୋଇଯାଇଛି । ସେହି କ୍ରମରେ କେସିଙ୍ଗା ବ୍ଲକର ଗାଁ ଗାଁରେ ପାର୍ବଣର ମାହୋଲ ଦେଖିବାକୁ ମିଳିଛି । ପୂର୍ବରୁ ଚାଲିଆସହିଥବା ଏହି ପୁଷପୁନି ପର୍ବକୁ କେସିଙ୍ଗା ସହର ସମେତ ଗ୍ରାମାଞ୍ଚଳର ଛୋଟ ଛୋଟ ପିଲାମାନେ ଛେରଛେରା ମାଗିବାସହ ପାଳନ କରିଛନ୍ତି । ଘରେ ଘରେ ମଣ୍ଡାପିଠା ପ୍ରସ୍ତୁତ ହୋଇ ବଣ୍ଟନ ହୋଇଥିବା ଦେଖିବାକୁ ମିଳିଛି । ସାନବଡ, ଧନି ଗରୀବ, ଉଚ୍ଚ ନିଚ୍ଚ ନିର୍ବିଶେଷରେ ସମସ୍ତେ ପୁଷପୁନିକୁ ମର୍ଯ୍ୟଦାର ସହ ପାଳନ କରିଛନ୍ତି ।

Omkar Vasthu
Omkar Vasthu


ପୁଷପୁନି ସହ କୃଷିଜୀବୀ ସମାଜ ଓ ଶ୍ରମଜୀବୀଙ୍କ ସଂପୃକ୍ତି ରହିଛି । ତେଣୁ ଏହି ଦିନ ଅନ୍ୟାନ୍ୟ କୃଷି ଭିତ୍ତିକ ପର୍ବପରି ନିଜର ସ୍ବାତନ୍ତ୍ରତା ପ୍ରତିପାଦନ କରିଥାଏ । ପୂର୍ବକାଳରେ ମହାଜନ ଓ ଗଉନ୍ତିଆମାନଙ୍କ ଘରେ ହଳିଆମାନେ ଚୁକ୍ତି ଭିତ୍ତିକ ଭାବରେ ବର୍ଷକ ପାଇଁ କାମ କରୁଥିଲେ । ପୁଷପୁନି ଦିନ ସେମାନେ କାମରୁ ମୁକ୍ତି ପାଉଥିଲେ । ଏହାପରେ ଶ୍ରମଜୀବୀମାନେ ପୂର୍ବର ମହଜନ କିମ୍ବା ନୂତନ ମହାଜନଙ୍କ ପାଖରେ ପୁଣି ବର୍ଷକ ପାଇଁ ଚୁକ୍ତିକରି ଚାଷକାର୍ଯ୍ୟ କରୁଥିଲେ ।

Pearl dental clinic
Near Ashish Medical Store, Bhawanipatna


ପୁଷପୁନି ଶ୍ରମଜୀବୀଙ୍କ ପାଇଁ ମୁକ୍ତିର ଦିନ ହୋଇଥିବାରୁ ସେମାନେ ଏହାକୁ ଅତି ଆନନ୍ଦର ସହ ପାଳନ କରୁଥିଲେ । ପୁଷପୁନିର ତିନି ଦିନ ଧରି ମାଛମାଂସ ଓ ମଦ ଖାଇ ପରିବାର ସହ ହସଖୁସିରେ କଟାଇବାପରେ ପୁଣିଥରେ ନିଜ କାମରେ ଲାଗି ଯାଉଥିଲେ ଶ୍ରମଜୀବୀ । ବର୍ତ୍ତମାନ ଆଉ ଏହି ପ୍ରଥା ନଥିଲେ ମଧ୍ୟ ପୂର୍ବ ପରମ୍ପରାକୁ ବଜାୟ ରଖିବାପାଇଁ ଘରେ ଘରେ ପିଠାପଣା ଓ ଭୋଜିଭାତର ଆସର ଦେଖାଯାଉଛି । ଏହାସହ ଛେରଛେରା ମାଗିବା ପ୍ରଥା ମଧ୍ୟ ଅନୁସୃତ ହୋଇ ଆସୁଛି ।

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.