ମ.ରାମପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ଦାବୀରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ହେଲେ ବିଶେଷଜ୍ଞ ଡ଼ାକ୍ତର ନାହାନ୍ତି, ଏଠାରେ କୁକୁର କାମୁଡ଼ା ରୋଗର ଔଷଧ ମିଳେନାହିଁ କି ସାପ କାମୁଡ଼ା ରୋଗର ଔଷଧ ମିଳେନାହିଁ । ଏକ୍ସରେ ମେସିନ ଥାଇ ବି ଅକାମୀ । ଏଇ ଭଳି ବିଭିନ୍ନ ସମସ୍ୟାକୁ ନେଇ ଠିଆ ହେଇଛି ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ମ.ରାମପୁର କଳାହାଣ୍ଡିର ସୀମାନ୍ତ ବ୍ଳକ ହେଇଥିବାବେଳେ ଏହି ବ୍ଲକର ୧୯ଗୋଟି ପଞ୍ଚାୟତ, ନର୍ଲା ବ୍ଲକ, କର୍ଲାମୁଣ୍ଡା ବ୍ଲକ, ପଡ଼ୋଶୀ କନ୍ଧମାଳ ଜିଲ୍ଲାର କିଛି ଅଞ୍ଚଳ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିଲେ ହେଁ ଏହି ସବୁ ସମସ୍ୟା ଯୋଗୁଁ ଏଠାରେ ଉଚିତ ସେବା ମିଳିପାରେନାହିଁ । କେବଳ ରେଫର କରିଦିଆଯାଏ ରୋଗୀଙ୍କୁ । ଏହି ସବୁ ସମସ୍ୟାକୁ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାଯାଇଛି । ମ.ରାମପୁର ଗ୍ରାମବାସୀଙ୍କ ତରଫରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଏହି ଦାବୀପତ୍ରଟିକୁ ମାନ୍ୟବର ରାଜ୍ୟସଭା ସାଂସଦ ସୁଜିତ କୁମାର ଏବଂ ନର୍ଲା ବିଧାୟକ ଭୂପିନ୍ଦର ସିଂ ଗ୍ରହଣ କରିବା ସହିତ ଦାବୀପତ୍ର ଗ୍ରହଣ ପୂର୍ବକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କଳାହାଣ୍ଡିଙ୍କ ସହିତ ଫୋନ ଯୋଗେ କଥା ହେଇ, ସପ୍ତାହକୁ ତିନି ଦିନ ପାଇଁ ବିଶେଷଜ୍ଞ ଡ଼ାକ୍ତର ପଠେଇବାର ବନ୍ଦୋବସ୍ତ କରିବା ସହିତ କୁକୁର ଓ ସାପ କାମୁଡ଼ା ଔଷଧ ଯଥା ଶିଘ୍ରଯୋଗାଇ ଦିଆଯିବ ଏବଂ ଏକ୍ସରେ କାର୍ଯ୍ୟକ୍ଷମ ଉପରେ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ମଧ୍ୟ ଉପସ୍ଥିତ ଥିଲେ । ଏହି ଦାବୀପତ୍ର ପ୍ରଦାନ ମ.ରାମପୁର ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ମହାଖୁଡ଼, ଚମରା ବଗର୍ତ୍ତୀ, ଅଶୋକ କୁମାର ପଟ୍ଟନାୟକ, ବସନ୍ତ କୁମାର ଷଣ୍ଢ, ପ୍ରଭାକର ନାଗ, ପ୍ରକାଶ ମାଝୀ ପ୍ରମୁଖ ଉପସ୍ଥିତ ରହି ଦାବୀପତ୍ର ପ୍ରଦାନ ସହିତ ଏହି ଦିଗରେ ଆଲୋଚନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.