କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ପ୍ରାର୍ଥୀମାନଙ୍କ ନାମାଙ୍କନପତ୍ର ଦାଖଲର ଆଜି ହେଉଛି ଦ୍ବିତୀୟ ଦିନ । ନାମାଙ୍କନ ଦାଖଲ ସହିତ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଉଷ୍ମତା ବୃଦ୍ଧି ପାଇଛି । ଆଜ ଦ୍ବିତୀୟ ଦିନରେ ବ୍ଲକର ୨୮ ଗୋଟି ଗ୍ରାମପଞ୍ଚାୟତରେ ୬ ଜଣ ସରପଞ୍ଚ, ୧୧ ଜଣ ସମିତି ସଭ୍ୟ ଓ ୫୭ ଜଣ ୱାର୍ଡ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡିଛି । କୋଭିଡ କଟକଣା ମଧ୍ୟରେ କମ ଲୋକଙ୍କ ମଧ୍ୟରେ ନାମାଙ୍କନପତ୍ର ଦାଖଲ ହେଉଥିବା ବେଳେ ଗ୍ରାମାଞ୍ଚଳ ରାଜନୀତି ସରଗରମ ହୋଇ ଉଠିଛି । ପ୍ରାର୍ଥୀ ନାମାଙ୍କନ ଦାଖଲର ଆଜି ଦ୍ବିତୀୟ ଦିନ ହୋଇଥିଲେ ମଧ୍ୟ ପ୍ରାର୍ଥୀମାନେ ନିଜ ସମର୍ଥକମାନଙ୍କୁ ଧରି ୱାର୍ଡକୁ ୱାର୍ଡ ବୁଲି ନିର୍ବାଚନ ପ୍ରଚାର ଆରମ୍ଭ କରି ଦେଇଛନ୍ତି ।