ଅନ୍ତ ଜିଲ୍ଲା ସ୍ତରୀୟ ନିୟୁ ୟର କପ-୨୦୨୨ ଉଦଘାଟିତ

● କ୍ଵାଟର ଫାଇନାଲରେ ବିଶୋରା ଓ ଅଗ୍ରେନ ଦଳ

ନୂଆପଡା: କୋମନା ବ୍ଲକ ତରବୋଡ଼ ଗାଁ ରାଜୀବ ଗାନ୍ଧୀ ମିନି ଷ୍ଟାଡିଅମ ଠାରେ ଅନ୍ତ ଜିଲ୍ଲା ସ୍ତରୀୟ ୧୫ତମ ନିୟୁ ୟର କପ ଉଦଘାଟିତ ହୋଇ ଯାଇଛି । ଦେଶୀ ବଏଜ କ୍ରିକେଟ ଏସୋସିଏସନ ସଭାପତି ଅଜୟ କୁମାର ଗହୀରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବରେ କୋମନା ବନ୍ୟ ଜନ୍ତୁ ସଂରକ୍ଷଣ ଅଧିକାରୀ ପ୍ରଫୁଲ୍ଲ କୁମାର ଦୁରିଆ ଭାବେ ଯୋଗ ଦେଇଥିବା ବେଳେ ସମାଜସେବୀ ମାଧବ ପ୍ରସାଦ ସାହୁ, ଝଙ୍କାର ତଥା ପୂର୍ବତନ ସରପଞ୍ଚ ତରବୋଡ଼ ଯୋଗେନ୍ଦ୍ର ନାୟକ, ଅତିରିକ୍ତ ପ୍ରଧାନ ଶିକ୍ଷକ ତରବୋଡ଼ ଏମ.ଇ. ସ୍କୁଲ ପରସ ରାମ ଅହୀର, ସମାଜସେବୀ ବେଣୁ ଧର ଗହୀର, ସଂଜୀବ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ ।

Omkar Vasthu
Omkar Vasthu


୭ଦିନ ଧରି ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଜିଲ୍ଲା ର ୨୦ଟି ଦଳ ଅଂଶ ଗ୍ରହଣ କରିବେ । ଚଳିତ ମାସ ୨୬ ତାରିଖରେ ଫାଇନାଲ ମେଚ ଖେଳାଯିବ । ବିଜେତା ଦଳକୁ ନଗଦ ୩୦ହଜାର ଟଙ୍କା ସହିତ ଟ୍ରଫି ଏବଂ ଉପ ବିଜେତା ଦଳକୁ ନଗଦ ୧୫ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ । ତେବେ ଉଦ୍ଘାଟନୀ ଉତ୍ସବର ପ୍ରଥମ ମେଚ ମାନିଗୁଡା ଏବଂ ତରବୋଡ଼ ଦଳ ମଧ୍ୟରେ ଆୟୋଜିତ ହୋଇଥିଲା । ଏହି ମେଚ ରେ ମାନିଗୁଡା ଦଳ ବିଜୟୀ ହୋଇଥିଲା । ସେହିପରି ଦ୍ଵିତୀୟ ମେଚ ର ବିଶୋରା ଓ ମାନିଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମେଚ କୁ ବିଶୋରା ଦଳ ବିଜୟୀ ହୋଇ ଥିଲା । ଏବଂ ତୃତୀୟ ମେଚ ହାତୀସରା ଏବଂ ଅଗ୍ରେନ ଦଳ ମଧ୍ୟ ରେ ଖେଳା ଯାଇଥିଲା । ଏହି ମେଚ ରେ ଅଗ୍ରେନ ଦଳ ବିଜୟୀ ହୋଇଥିଲା । କ୍ଵାଟର ଫାଇନାଲକୁ ବିଶୋରା ଓ ଅଗ୍ରେନ ଦଳ ଉର୍ଣ୍ଣିତ ହୋଇଛନ୍ତି । ଏହି ମେଚ ଗୁଡିକରେ ଅନନ୍ତ ବେମାଲ ଓ ହେମନ୍ତ ଚିରାଙ୍ଗୁଲ ଅମପେୟାରିଙ୍ଗ ଦାଇତ୍ୱ ତୁଲାଇ ଥିଲେ । ଆୟୋଜକ ଦେଶୀ ବଏଜ କ୍ରିକେଟ ଏସୋସିଏସନର ଉପ ସଭାପତି ଦୀପକ ଦଣ୍ଡସେନା, ସମ୍ପାଦକ ସୁମିତ ଶେଖର ଦୁରିଆ, କୋଷାଧକ୍ଷ ନିର୍ମଳ ଗହୀର, ବୁଲୁ ବଂଛୋର, ଗୁରୁ ବଂଛୋର, ରିଣ୍ଟୁ ବଘେଲ, ଦେବାଶିଷ ଗହୀର, ଗୋପୀ ଅହୀର, ଟିକୁ ଗହୀର, କପିଳ ସାହୁ, ଦୁଷ୍ମନ୍ତ ଗହୀର ପ୍ରମୁଖ ବିଶେଷ ଭାବେ ସହଯୋଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.