ଆଇନଜୀବୀ ରୁ ରାଜନେତା ତନିମା ଶୁଭକାର: ଜୋନ ୧୩ ଜିଲ୍ଲା ପରିଷଦ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର କଲେ ଦାଖଲ

ନୂଆପଡା: ଚଳିତ ତ୍ରି-ସ୍ତରୀୟ ପଂଚାୟତ ନିର୍ବାଚନରେ ବିଭିନ୍ନ ପଦ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ଚଳିତ ମାସ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ କରିଥିଲେ ଯାହା ଆଜି (ଜାନୁଆରୀ ୨୧)ରେ ଶେଷ ହୋଇ ଯାଇଛି। ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଜୋନ ୧୩ର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଶ୍ରୀମତୀ ତନିମା ଶୁଭକାର ଜିଲ୍ଲା ପରିଷଦ ସଭ୍ୟା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନିର୍ବାଚନୀ ଆୟୋଗର ଧାର୍ଯ୍ୟ କୋଭିଡ ନିୟମ ଅନୁସାରେ, ନିଜର ସମର୍ଥକଙ୍କ ସହିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଶ୍ରୀମତୀ ଶୁଭକାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତେବେ ନିଜ ଅଂଚଳର ବିଭିନ୍ନ ସମସ୍ୟା ଯଥା ଶିକ୍ଷା, ଦାଦନ ଭଳି ଗୁରୁତ୍ୱପୂର୍ଣ ସମସ୍ୟାକୁ ସମାଧାନ କରିବା ଦିଗରେ ଅହରହ କାର୍ଯ୍ୟ କରିବେ ବୋଲି ଜନ ସାଧାରଣଙ୍କ ଆଶୀର୍ବାଦ କାମନା କରିଛନ୍ତି ଏବଂ ରାଜନୀତିରେ ଉଚ୍ଚଶିକ୍ଷିତା ପ୍ରାର୍ଥୀ ହୋଇଥିବାରୁ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ଠାରେ ପହଞ୍ଚାଇବା ସହିତ ଆଇନ ଶୃଙ୍ଖଳା ଓ ମହିଳା ଶାଶକ୍ତିକରଣ ଉପରେ ବିଶେଷ ଭାବେ ଧ୍ୟାନ ଦେବେ ବୋଲି ଶ୍ରୀମତୀ ଶୁଭକାର ମତ ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.