ଏବେ ଆମାଜନରେ ‘ହଜାରେ ଜହ୍ନରାତିର ପ୍ରେମିକା’

ଦୁଇ ଘଣ୍ଟାରେ ରେକର୍ଡ ସଂଖ୍ୟକ ୨୩୯ କପି ବିକ୍ରି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସାହିତ୍ୟପ୍ରେମୀ ପାଠକ ପାଠିକାମାନେ ଏବେ ଯୁବକବି ରଶ୍ମିତା ବାରିକଙ୍କ ପ୍ରଥମ କବିତା ସଂକଳନ ‘ହଜାରେ ଜହ୍ନରାତିର ପ୍ରେମିକା’ ଅନଲାଇନରେ ଆମାଜନରୁ ମଗେଇ ପାରିବେ। ଛୁଙ୍କମରା ପ୍ରେମ କବିତାର ଏହି ସଙ୍କଳନ ପାଠକ ମହଲରେ ବହୁଳ ମାତ୍ରାରେ ଆଦୃତ ହେଉଥିବା ଦେଖିବାକୁ ମିଳିଛି।

Omkar Vasthu
Omkar Vasthu

ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ଇଙ୍କଡିଉ’ ଦ୍ୱାରା ପ୍ରକାଶିତ ଏହି ପୁସ୍ତକ ଭାଲେଣ୍ଟାଇନ ଦିବସରେ ମାତ୍ର ଦୁଇ ଘଣ୍ଟାରେ ରେକର୍ଡ ସଂଖ୍ୟକ ୨୩୯ କପି ବିକ୍ରି ହୋଇଥିଲା। ସମ୍ପ୍ରତି ଭାରତୀୟ ସାହିତ୍ୟ ବିଭାଗରେ ଏହି ପୁସ୍ତକ ଆମାଜନ ରେଙ୍କିଙ୍ଗ ୨୧ରେ ଥିବା ପ୍ରକାଶନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହି କବିତା ସଙ୍କଳନ ପ୍ରକାଶିତ ହେବାପରେ ଦାମନଯୋଡ଼ି ନିବାସୀ କବି ରଶ୍ମିତା ବାରିକ ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.