ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ ର ଗଣପର୍ବ

୬୦ ପ୍ରତିଶତ ମତଦାନ, ୨୩ଟି ସ୍ଥାନରେ ହେଲାନି ନିର୍ବାଚନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ୨ଶହ ଜିଲ୍ଲା ପରିଷଦ ଜୋନ ଅଧିନରେ ଆସୁଥିବା ୧ ହଜାର ୬ ଶହ ୬୯ ସରପଞ୍ଚ ଓ ସମାନ ସଂଖ୍ୟକ ସମିତି ସଭ୍ୟ ପଦ ପାଇଁ ଭୋଟ୍ ଗ୍ରହଣ ହୋଇଛି । ସେହିପରି ୨୨ ହଜାର ୩୭୯ ଓ୍ୱାର୍ଡ ସଭ୍ୟ ପାଇଁ ବି ମତଦାନ ହୋଇଛି । ଆଜି ଦିନ ଗୋଟାଏରେ ଭୋଟ ଗ୍ରହଣ ଶେଷ ହୋଇଥିଲା । ମତଦାନ ସରିବା ପରେ ବ୍ଲକ ହେଡକ୍ୱାଟରର ଷ୍ଟ୍ରଙ୍ଗ ରୁମରେ ରହିବ ବାଲଟ ବକ୍ସ ।କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହୋଇଥିଲା ପ୍ରଥମ ପର୍ଯ୍ୟାୟ ମତଦାନ । ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଦିନ ଗୋଟାଏ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଛି । ସେପଟେ ୨୩ଟି ସ୍ଥାନରେ ବିଭିନ୍ନ ପ୍ରାର୍ଥୀଙ୍କ ଅକାସ୍ମିତ ମୃତ୍ୟୁ ହେବା ଫଳରେ ମତଦାନ ବନ୍ଦ ରହିଛି । ଆଜି ସକାଳ ୭ଟାରୁ ଭୋଟ ଭୋଟଗ୍ରହଣ ଆରମ୍ଭ ହୋଇଥିଲା । ୫ବର୍ଷ ପରେ ପଞ୍ଚାୟତ ପାଇଁ ଭୋଟିଂ ହେଉଥିବାରୁ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ବୁଥ ଆଗରେ ଭୋଟ ଦେବା ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.