ପୁଲିଙ୍ଗ ଅଧିକାରୀଙ୍କ ବୁଥ ଅଭିମୁଖେ ଯାତ୍ରା

ଶୃଙ୍ଖଳିତ ନିର୍ବାଚନ ନେଇ ପ୍ରଶାସନର ପ୍ରସ୍ତୁତି

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଫେବୃଆରୀ ୧୮ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ । ନର୍ଲା ବ୍ଲକରେ ଏହି ପର୍ଯ୍ୟାୟରେ ଭୋଟିଂ ହେବାକୁ ଥିବାବେଳେ ଶୃଙ୍ଖଳିତ ନିର୍ବାଚନ ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି । ବୁଧବାର ରାତିରେ ପୁଲିଙ୍ଗ ଅଧିକାରୀ ମାନେ ଆସି ନର୍ଲାର ବିଭିନ୍ନ ବିଦ୍ୟାଳୟ ଗୁଡିକରେ ରହିଥିଲେ । ଗତକାଲି ରାତିରୁ ନର୍ଲା ବ୍ଲକ୍ ପରିସରରେ ୩୦ ଗୋଟି କାଉଣ୍ଟର କରାଯାଇଛି । ୨୬ ଗୋଟି ଗ୍ରାମ ପଞ୍ଚାୟତ ପାଇଁ ୨୬ ଗୋଟି ଏବଂ କ୍ୟାସ୍ କାଉଣ୍ଟର, ସୂଚନା କାଉଣ୍ଟର, ପୋଲିସ୍ କାଉଣ୍ଟର ଓ ରିଜର୍ଭ କର୍ମଚାରୀଙ୍କ ପାଇଁ କାଉଣ୍ଟର ଏଭଳି ୩୦ ଗୋଟି କାଉଣ୍ଟର କରାଯାଇଥିବା ଦେଖିବାକୁ ମିଳୁଛି । ୩୨୩ ଗୋଟି ବୁଥ୍ ପାଇଁ ପ୍ରତି ଗ୍ରାମ ପଞ୍ଚାୟତ ଅଧିନସ୍ଥ ବୁଥ୍ ଗୁଡିକ ପାଇଁ ଉପରୋକ୍ତ କାଉଣ୍ଟର ଗୁଡିକରୁ ପୁଲିଙ୍ଗ ଅଧିକାରିମାନେ ବ୍ୟାଲଟ ପେପର, ଲ୍ୟାମ୍ପ ଓ ଅନ୍ୟାନ୍ୟ ନିର୍ବାଚନ ସମ୍ବନ୍ଧିତ ରହିତ ସାମଗ୍ରୀ ଯୁକ୍ତ ବାକ୍ସ ଗୁଡିକ ସ୍ୱତନ୍ତ୍ର ବସ ଯୋଗେ ନେଇ ବୁଥ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଦେଇଥିବା ଦେଖିବାକୁ ମିଳୁଛି । ୧୮/୨ ଶୁକ୍ରବାର ନର୍ଲା ବ୍ଲକ୍ ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଏହା ସକାଳ ୭ ଘଣ୍ଟାରୁ ମଧ୍ୟାହ୍ନ ୧ ଟା ଯାଏଁ ଚାଲିବ ବୋଲି ସୂଚନା ମିଳିଛି । ନିର୍ବାଚନ ପାଇଁ ନର୍ଲା ନିର୍ବାଚନ ଅଧିକାରୀ ବିଡିଓ ମାନସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ନର୍ଲା ବ୍ଲକରେ ନିର୍ବାଚନ ପରିଚାଳନା ନିମନ୍ତେ ବ୍ଲକ କର୍ମଚାରୀ, ତହସିଲ କର୍ମଚାରୀ, ପୋଲିସ ବିଭାଗର ସମେତ ଅନ୍ୟାନ୍ୟ ବିଭାଗର କର୍ମଚାରୀ ଏଭଳି ମୋଟ ୧୬୮୨ ଜଣ କର୍ମଚାରୀ ନିୟୋଜିତ ରହିଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.