ଓଡ଼ିଆ ବାର୍ତ୍ତା/କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋକିଳକଣ୍ଠୀ ଲତା ମଙ୍ଗେସକର ଏବଂ ସଂଗୀତ ନିର୍ଦ୍ଧେଶକ ବାପି ଲହରୀଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା କୋରାପୁଟ ଅଶୋକ ନଗର ସ୍ଥିତ ଭାସ୍କର ଆର୍ଟ୍ସ ଏକାଡେମୀ ପରିସରରେ ଆୟୋଜିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସେମିଲିଗୁଡାର ବରିଷ୍ଠ ଧର୍ମ ପରାୟଣ ମହିଳା ଶ୍ରୀମତୀ ମୀନା ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତା ଲତା ଦିଦି ଏବଂ ସଂଗୀତ ନିର୍ଦ୍ଧେଶକ ସ୍ବର୍ଗତ ବାପି ଲେହରିଙ୍କ ଫଟୋ ଚିତ୍ରରେ ପୁଷ୍ପାମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ। ଅନୁଷ୍ଟାନ ପକ୍ଷରୁ ଲତା ଦିଦି ଏବଂ ବାପି ଦାଙ୍କୁ ମନ ପକାଇ ଅଧ୍ୟାପକ ତଥା ଗାୟକ ତ୍ରିନାଥ ପଟ୍ଟନାୟକ ସଙ୍ଗୀତ ପରିବେଷଣ କରିଥିବା ବେଳେ ଗାୟକ ତଥା ଅଧ୍ୟାପକ ହରିହର ପଟ୍ଟନାୟକ ମଧ୍ୟ ତାଙ୍କ ସ୍ମୃତିରେ ଏକ ସଂଗୀତ ପରିବେଷଣ କରିଥିଲେ । ସଂଗୀତ ଦୁନିଆକୁ ଏହି ଦୁଇ କଳାକାର ଲତା ଦିଦି ଏବଂ ବାପି ଦାଙ୍କ ଅବଦାନ ଚିରସ୍ମରଣୀୟ । ଲତା ଦିଦି ଏବଂ ବାପି ଦା ଆମ ହୃଦୟରେ ଯୁଗେ ଯୁଗେ ରହିବେ । ତାଙ୍କ ବିୟୋଗକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ । ସଂଗୀତ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି କହିଥିଲେ ଅଧ୍ୟାପକ ହରିହର ପଟ୍ଟନାୟକ । ଭାସ୍କର ଆର୍ଟ୍ସ ଏକାଡେମୀର ସଦସ୍ୟ ତଥା ଅଧ୍ୟାପକ ହରିହର ପଟ୍ଟନାୟକ, ଲ୍ୟାବ ଟେକ୍ନିସିଆନ ହିମାଂଶୁ ପଟ୍ଟନାୟକ, ଅଧ୍ୟାପକ ତଥା ଗାୟକ ତ୍ରିନାଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।