ଦ୍ବିତୀ ଚନ୍ଦ୍ର ସାହୁ ପାଇବେ ପ୍ରବାସୀ ଭାଷା ସମ୍ମାନ-୨୦୨୨

ଓଡ଼ିଆ ବାର୍ତ୍ତା/ରାୟଗଡ଼ା (ଶିବ ନାରାୟଣ ଗୈାଡ): ଚଳିତ ବର୍ଷ ପ୍ରବାସୀ ଭାଷା ସମ୍ମାନ ୨୦୨୨ ପାଇବେ ସାହିତ୍ୟିକ ତଥା ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁ । ଶିକ୍ଷା କ୍ଷେତ୍ରରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ନିରନ୍ତର ପ୍ରୟାସ ଲାଗି ଶିକ୍ଷକ ଶ୍ରୀ ସାହୁଙ୍କୁ ମନୋନୀତ କରାଯାଇଛି । ନୂଆଦିଲ୍ଲୀସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ୍ ‘ଦି ଇଣ୍ଟେଲେକ୍ଟସ୍‌’ ଦ୍ବାରା ଆୟୋଜିତ ହେଉଥିବା ମାତୃଭାଷା ସମ୍ମିଳନୀ ଅବସରରେ ପ୍ରବାସୀ ଭାଷା ସମ୍ମାନ ୨୦୨୨ ମସିହା ପାଇଁ ନାମ ଘୋଷଣା କରାଯାଇଛି। ସଂଗଠନର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ରାଉତଙ୍କ ଆବାହକତ୍ବରେ ଡଃ ଭଗବାନ ପ୍ରକାଶ, ବିଶିଷ୍ଟ ସାହିତ୍ୟିକା ପଦ୍ମବିଭୂଷଣ ଡଃ ପ୍ରତିଭା ରାୟ ଲେଖକ ଓ ପ୍ରଶାସକ ଦେବଦାସ ଛୋଟରାୟ, ଆଦିକବି ଶାରଳା ଦାସ ଚେୟାରର ମୁଖ୍ୟ ପ୍ରଫେସର ଡଃ ଉଦୟ ନାଥ ସାହୁ, ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ଓ ବିଶିଷ୍ଟ କବି ତଥା ପୂର୍ବତନ ବୈଦେଶିକ ସଚିବ ଅମରେନ୍ଦ୍ର ଖଟୁଆଙ୍କ ମାର୍ଗଦର୍ଶନରେ ଏହି ପୁରସ୍କାର ଘୋଷଣା କରାଯାଇଛି। ଏଭଳି ସମ୍ନାନଜନକ ପୁରସ୍କାର ପାଇଁ ଶ୍ରୀ ସାହୁଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଦ୍ବିତୀ ଚନ୍ଦ୍ର ସାହୁ ସମ୍ପ୍ରତି ରାୟଗଡ ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ବଡ଼ବାମନଗୁଡା ସେବାଶ୍ରମରେ ପ୍ରଧାନ ଶିକ୍ଷକ ଭାବେ କାମ କରୁଛନ୍ତି । ଦୀର୍ଘ କୋଡିଏ ବର୍ଷ ଧରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ଚେଷ୍ଟା କରି ଆସିଛନ୍ତି । ପିଲାଙ୍କ ଭିତରେ ନୂତନ ସୃଜନ ସମ୍ଭାବନା ସୃଷ୍ଟି କରିବା ସହ ଶିକ୍ଷା କ୍ଷେତ୍ରରେ ନିଆରା ଓ ସଂସ୍କାରମୂଳକ ବହୁ କାର୍ଯ୍ୟକ୍ରମ ଗୁଡିକ ବିଦ୍ୟାଳୟ ସ୍ତରରେ କାର୍ଯ୍ୟକାରୀ କରି ସେ ବିଭିନ୍ନ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ବିଦ୍ୟାଳୟରେ କୁନି ଲେଖକ ଓ ଶିଶୁ ସାମ୍ବାଦିକତା ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ସେ ଆଦର୍ଶ ପାଲଟିଛନ୍ତି । ଶିକ୍ଷକ ସହ ସାହିତ୍ୟ ଜଗତରେ ସେ ଜଣେ ପରିଚିତ ନାମ । ଅଦ୍ୟାବଧି ତାଙ୍କର ୧୩ଟି ପୁସ୍ତକ ପ୍ରକାଶିତ ହୋଇଛି । ସାହିତ୍ୟର ଗଳ୍ପ, ଫିଚର, କବିତା, ଶିଶୁ ସାହିତ୍ୟ, ଉପନ୍ୟାସ, ପ୍ରବନ୍ଧ , କ୍ଷୁଦ୍ର ନାଟକ, ଜନଜାତି ସାହିତ୍ୟ ଆଦି ବିଭିନ୍ନ ବିଭାଗରେ ସେ ସିଦ୍ଧହସ୍ତ । ବିଶେଷଳରି ଏକାଧିକ ଦୈନିକ ଖବରକାଗଜର ସେ ନିୟମିତ ସ୍ତମ୍ଭ ଲେଖି ଓଡ଼ିଶାର ପାଠକ ମହଲରେ ଜଣେ ଲୋକପ୍ରିୟ ସ୍ତମ୍ଭକାର ଭାବରେ ପ୍ରତିଷ୍ଠିତ । ଦ୍ବିତୀ ଚନ୍ଦ୍ର ସାହୁଙ୍କୁ ଶିକ୍ଷା ପାଇଁ ପ୍ରବାସୀ ଓଡ଼ିଆ ଭାଷା ସମ୍ମାନ ପ୍ରଦାନ କରାଯାଉଥିବା ବେଳେ ରମାକାନ୍ତ ରଥଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ତାଙ୍କ ଜୀବନବ୍ୟାପୀ ଅବଦାନ ଲାଗି ଡଃ ରମାକାନ୍ତ ରଥଙ୍କୁ ‘ଆମ ଗୌରବ ସମ୍ମାନ’ କରାଯିବାକୁ ସ୍ଥିର କରାଯାଇଛି । ସେହିପରି ସାହିତ୍ୟ ସମ୍ମାନ ପାଇଁ ଗୌରହରି ଦାସ, ବିଦେଶରେ ଓଡ଼ିଆ ଭାଷା, ସାହିତ୍ୟ ତଥା ସ୍ଵାଭିମାନ ରକ୍ଷା ପାଇଁ କାର୍ଯ୍ୟରତ ଜର୍ମାନର ଡଃ ରାଜେନ୍ଦ୍ର ନାରାୟଣ ଦାସ, ବୈଦିକ ଭାବଧାରାକୁ ନିଜ ମାତୃଭାଷାରେ ବିରଳ ପ୍ରୟାସରେ ବ୍ରତୀ ଇଂ ପ୍ରିୟବ୍ରତ ଦାସ, ସାରସ୍ବତ ସାଧନା ଓ ସାରସ୍ଵତ ସଙ୍ଗଠନ ପାଇଁ ଉତ୍ସର୍ଗୀକୃତ ବ୍ୟକ୍ତିତ୍ୱ ଡଃ ବିଜୟାନନ୍ଦ ସିଂଙ୍କୁ ସମ୍ମାନିତ କରାଯିବ। ଏଭଳି ମହାନ ବ୍ୟକ୍ତିଙ୍କ ସହ ସମ୍ମାନଜନକ ପୁରସ୍କାର ଲାଗି କମିଟି ପକ୍ଷରୁ ଚୟନ କରାଯାଇଥିବାରୁ ଶ୍ରୀ ସାହୁ କମିଟିର ସମସ୍ତ ସଦସ୍ୟଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ସମ୍ନାନ ମୋର କାର୍ଯ୍ୟକୁ ଆହୁରି ଶୃଙ୍ଖଳିତ ଓ ମାର୍ଜିତ କରିବା ଲାଗି ସଚେତନ କରିବ ବୋଲି ସେ କହିଛନ୍ତି । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଓ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଅନୁଷ୍ଠାନ ପକ୍ଷରୁ ଆସନ୍ତା ୨୦ ଓ ୨୧ ତାରିଖରେ ଆୟୋଜିତ ହେବାକୁ ଯାଉଥିବା ମାତୃଭାଷା ମହାକୁମ୍ଭ ‘ଲାଙ୍ଗଫେଷ୍ଟ’ ସମ୍ମାନ ପ୍ରଦାନ କରାଯିବ ବୋଲୀ ଆବାହକ ଶ୍ରୀ ରାଉତ ପ୍ରକାଶ କରିଛନ୍ତି। ଏଥିରେ ଦେଶ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.