ବିଜୟ ଧଙ୍ଗଡାମାଝୀଙ୍କ ବିଜୟ ପାଇଁ ଦେବଗିରି ମଠରେ ଅଖଣ୍ଡ ଦୀପ ଜାଳିଲେ ମହିଳା

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ନର୍ଲା ରାଜନୀତି ସରଗରମ ରହିଛି । ଶୁକ୍ରବାର ନର୍ଲାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ପ୍ରାର୍ଥୀ, ସମର୍ଥକ ଓ ମତଦାତାଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଏଥର ଫୋକସରେ ଥିବା ରାକ୍ସି ପଞ୍ଚାୟତ ଉପରେ ସମସ୍ତଙ୍କ ନଜର ରହିଛି । ରାକ୍ସି ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବିଜୟ ଧଙ୍ଗଡାମାଝୀଙ୍କ ବିଜୟ କାମନାକରି ଗୁରୁବାର ରାତିରେ ବୁଢିପଦର ସ୍ଥିତ ଦେବଗିରି ମଠରେ ଦୀପ ପ୍ରଜ୍ବଳନ କରିଛନ୍ତି ଅଞ୍ଚଳର ମହିଳାମାନେ । ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ରାକ୍ସି ସରପଞ୍ଚ ଥିଲେ ବିଜୟ ଧଙ୍ଗଡାମାଝୀ । ଏହାପରେ ୨୦୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାକ୍ସି ସରପଞ୍ଚ ରହିଛନ୍ତି ବିଜୟଙ୍କ ଧର୍ମପତ୍ନୀ ଚନ୍ଦ୍ରମାଁ ଧଙ୍ଗଡାମାଝୀ । ଏହି ଦଶ ବର୍ଷ ମଧ୍ୟରେ ପଞ୍ଚାୟତର ପ୍ରଭୁତ ବିକାଶ ସାଧିତ ହୋଇଛି । ଆଗକୁ ମଧ୍ୟ ବିଜୟ ପଞ୍ଚାୟତର ବିକାଶଧାରାକୁ ଆଗେଇ ନେବେ, ତେଣୁ ଏଥର ମଧ୍ୟ ବିଜୟ ଧଙ୍ଗଡାମାଝୀ ଜିତିବା ଜରୁରୀ ବୋଲି ଦୀପ ପ୍ରଜ୍ବଳନ କରିଥିବା ମହିଳାମାନେ ମତ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.