ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଦ୍ୱିତୀୟ ପର୍ଯ୍ୟାୟରେ ତୁମୁଡିବନ୍ଧ ଓ କୋଟଗଡ ବ୍ଲକରେ ଭୋଟ ଗ୍ରହଣ

ଓଡ଼ିଆ ବାର୍ତ୍ତା/ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲାରେ କୋଟଗଡ଼ ଓ ତୁମୁଡିବନ୍ଧ ବ୍ଲକର ଦୁଇ ଗୋଟି ଜୋନରେ ମତଦାନ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭୋଟ ଗ୍ରହଣ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଟଗଡ଼ ବ୍ଲକରେ ୧୮୨ ଗୋଟି ବୁଥରେ ଭୋଟ ଗ୍ରହଣ ହେବ । କୋଟଗଡ଼ ବ୍ଲକରେ ମୋଟ ୧୯୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩୨୦୨୪ ଜଣ ଭୋଟର । କୋଟଗଡ଼ ବ୍ଲକରେ ୪ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ୫୪ ଜଣ ସରପଞ୍ଚ,୪୪ଜଣ ସମିତି ସଭ୍ୟ, ୯୪ଜଣ ୱାର୍ଡ ମେମ୍ବରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ସେହିପରି ତୁମୁଡିବନ୍ଧ ବ୍ଲକର ୧୩୯ ଗୋଟି ବୁଥରେ ୧୧୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମୋଟ ୩୦୯୭୧ ଜଣ ଭୋଟର । ତୁମୁଡିବନ୍ଧ ବ୍ଲକରେ ୩ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ୩୩ଜଣ ସରପଞ୍ଚ, ୨୮ଜଣ ସମିତି ସଭ୍ୟ, ୫୫ଜଣ ୱାର୍ଡ ମେମ୍ବରଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଅତି ସମ୍ବେଦନଶୀଳ ଓ ସମ୍ବେଦନଶୀଳ ବୁଥରେ କିପରି ଶାନ୍ତିପୂର୍ଣ୍ଣ ଓ କଡା ସୁରକ୍ଷା ସହ ମତଦାନ ହେବ ସେ ନେଇ ପୋଲିସ ବିଭାଗ ତରଫରୁ ଦୁଇ ବ୍ଲକରେ ସ୍ଥିତି ସମୀକ୍ଷା କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.