ପ୍ରାଥମିକ ଉପଚାର ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ଭାରତୀୟ ରେଡ଼୍ କ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ତରଫରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁର ପରିସରରେ ସାତ ଗୋଟି ଜିଲ୍ଲାର ଜୁନିୟର ରେଡ଼୍ କ୍ରସ ପରାମର୍ଶଦାତା ଓ ପରାମର୍ଶଦାତ୍ରୀମାନଙ୍କୁ ନେଇ ଏକ ଜୋନସ୍ତରୀୟ ପ୍ରାଥମିକ ଉପଚାର ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇ ଯାଇଛି । କୋରାପୁଟ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରସନ୍ନ କୁମାର ଦାସ ଏବଂ ସମ୍ମାନିତ ଅତିଥି ଭାବେ ପ୍ରାଥମିକ ଉପଚାର ପ୍ରଶିକ୍ଷକ ଡି. ଆଶିଷ କୁମାର ରାଠୋର ଯୋଗଦାନକରି ସାମ୍ପ୍ରତିକ ସ୍ଥିତିରେ ପ୍ରାଥମିକ ଚିକିତ୍ସାର ଉପାଦେୟତା ଓ ପ୍ରାଥମିକ ଚିକିତ୍ସା ଜୀବନ ରକ୍ଷା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଗଜପତି ଜିଲ୍ଲା କାଶୀନଗର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପରାମର୍ଶଦାତା ପଞ୍ଚାନନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉକି ଚାରି ଦିନ ଧରି ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରରେ ଦକ୍ଷିଣାଞ୍ଚଳର ୭ ଟି ଜିଲ୍ଲା ଯଥା- ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ପ୍ରାୟ ୨୪ ଜଣ ପରାମର୍ଶଦାତା ଓ ପରାମର୍ଶଦାତ୍ରୀ ଅଂଶଗ୍ରହଣ କରି ତାଲିମ ଗ୍ରହଣ କରୁଛନ୍ତି । ଏହି କାର୍ଯ୍ୟକ୍ରମକୁ ଶାରୀରିକ ଶିକ୍ଷା ପରିଦର୍ଶକ ଭୀମ ବେହେରା ଓ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସିମାଞ୍ଚଳ ମିଶ୍ର ପରିଚାଳନା କରିଥିବା ବେଳେ ଶିକ୍ଷକ ଦିଲୀପ କୁମାର ପଣ୍ଡା,ବିଶ୍ୱରଞ୍ଜନ ଗୌଡ଼, ସୁଜିତ କୁମାର ନାୟକ, ଦେବେନ୍ଦ୍ର ପାଢ଼ୀ, ଉମେଶ ବେହେରା, ତନବୀର ମହମ୍ମଦ, ଶିକ୍ଷୟିତ୍ରୀ ଶୁଭସ୍ମିତା ସାହୁ, କେ.ପ୍ରମିଳା, ସନ୍ତୋସିନୀ ପଣ୍ଡା, ରଶ୍ମିତା ନାହାକଙ୍କ ସମେତ ରଜନୀ କାନ୍ତ ଘଡେଇ ଓ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହିଅବସରରେ ଜୟପୁର ଉଚ୍ଚ ବିଦ୍ୟାଳୟର ଆଇସିଟି ପୁରସ୍କୃତ ଶିକ୍ଷକ ଓଁମ ପ୍ରକାଶ ମିଶ୍ର ଓ ଶାରୀରିକ ଶିକ୍ଷା ପରିଦର୍ଶକ ଭୀମ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.