କବିତା: ଏଥର ଫେରିଲେ

✍🏾ଡା. ଇପ୍ସିତା ପ୍ରଧାନ

ଏଥର ଫେରିଲେ କିଣା ହେବ…..
ବାପାଙ୍କ ପାଇଁ, ଗୋଟେ ମୋଟା ଓଭର କୋଟ୍
ବୋଉ ଆଖିକୁ ଚଷମା;
ଆଉ ବି,
ଭଣଜା ପାଇଁ ଗୋଟେ ରିମୋଟ କାର୍,
ଭାଣିଜି ପାଇଁ ଗୋଟେ ଟେଡି-ବିଅର୍,
ଆଉ ତା’ ପାଇଁ, ଗୋଟେ ବ୍ରେସଲେଟ୍ ।
ଫେରିଲେ…..
ଗାଡିଟା ଯିବ ସ୍କ୍ରାଚ୍ ମରାମତି ପାଇଁ,
ପଛପାଖ ଭଙ୍ଗା ଝରକାରେ ଯୋଡାହେବ କାଚ,
ଉପର ମହଲା ସଫା କରି, ଖୋଜା ହେବ ଭଡାଟିଆ,
ନା, ସିଲି° ମରାମତି ପାଇଁ ଅଣ୍ଟିବନି ପାଣ୍ଠି ।
ଫେରିଲେ……
ଭେଟବି ସେଇ ପୁରୁଣା ସାଙ୍ଗକୁ,
ହୋ-ହଲ୍ଲା ଆଉ ରଙ୍ଗୀନ ହେବ ଗୋଟେ-ଯୋଡେ ସନ୍ଧ୍ୟା,
ପୁଣି ମହକିବ ମସ୍କଭା କୂଳରେ ସନ୍ଧ୍ୟା,
ବିଅର ଆଉ ତା’ ଦେହର ବାସ୍ନାରେ!
ଫେରିଲେ…..
ଫେରିଲେ…….।।

(କାୟିଭ୍ ରେ ଘରକୁ ଫେରିବାକୁ ଅପେକ୍ଷା କରିଥିବା ସୈନିକଙ୍କ ପାଇଁ)

ଭୁବନେଶ୍ୱର
୮୦୧୮୦୫୩୩୯୫
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.