✒️ତ୍ରିନାଥ ପଟ୍ଟନାୟକ
ମନରେ ଅସୀମ ଆନନ୍ଦ ଉତ୍ପନ
କରଇ କବିତା ଗାନ
ଆଜିର ଦିବସେ କବି କବିତାଙ୍କୁ
ଜଣାଏ ଅଶେଷ ଅଭିନନ୍ଦନ ।।
ମନ ଗହନେ ଏ ହୃଦୟେ ମଧ୍ୟେ
ଆପେ ଯେ ଆସିଯାଏ ବସି
ପ୍ରେମୀଙ୍କ ହୃଦେ ବିଜଡିତ ହୋଇ
କରି ଦିଏ ମନ ଆନନ୍ଦ ଖୁସି ।।
ଦ ଏପିକ ଅଫ୍ ଗିଲଗମସ ଟି
ପ୍ରଥମ କବିତା ହୋଇଛି ନାମେ
ରୁକ୍ ବେଦ ଠାବେ କବିତାର ସୃଷ୍ଟି
ପ୍ରଥମେ କ୍ଷାତେ ହିନ୍ଦୁ ଧର୍ମେ ।।
ସ୍ପନ୍ଦନର ସ୍ପର୍ଶ ଯେଉଁଠି ବାରି ହୁଏ
ସାଉଁଟି ଆସେ କେତେ ଗୁଣବତ୍ତା
ମନର ବେଦନା ପଢି ହୁଏ ଯେଉଁଠି
ତୃପ୍ତି ଯେ ଲଭି ହୁଏ ପଢି କବିତା ।।
କବି ଲେଖନୀରୁ ହୁଏ ଆବିସ୍କୃତ
ଶିଳ୍ପୀ ବିଶ୍ୱକର୍ମାଙ୍କ ନିହାଣ ମୂନ
ପରିପ୍ରକାଶ ହୋଇଉଠେ କବିତାର
ଅର୍ଥେ କବିଙ୍କ ଭାବ ରୋମଞ୍ଚନ ।।






