ଫରେଷ୍ଟରଙ୍କ ନାଁରେ ଟଙ୍କା ଆତ୍ମସାତ ଅଭିଯୋଗ ପ୍ରସଙ୍ଗ: ତଦନ୍ତରେ ପହଞ୍ଚିଲେ ଡେପୁଟି କଞ୍ଜରଭେଟର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଧର୍ମଗଡ଼ ବନାଞ୍ଚଳ ଆମପାଣି ସେକ୍ସନ ଫରେଷ୍ଟର ଜଗନ୍ନାଥ ନାଗଙ୍କ ନାମରେ ଭିଏସଏସ କମିଟି ସଭାପତି ଓ ଶ୍ରମିକମାନେ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ କରିଥିଲେ । ହେଲେ ଫରେଷ୍ଟରଙ୍କ ବିରୋଧରେ ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାବେଳେ ଶ୍ରମିକଙ୍କ ମଜୁରି ଟଙ୍କା ମଧ୍ୟ ଦେବାପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ । ଏହାକୁ ବିରୋଧ କରି ସୋମବାର ଭିଏସ୍‌ଏସ୍ କମିଟିର କର୍ମକର୍ତ୍ତା ଓ ଶ୍ରମିକ ମାନେ ଆମପାଣି ଫରେଷ୍ଟ ଅଫିସ ଆଗରେ ପ୍ରତିବାଦ ଓ ଧାରଣା ଦେଇଥିଲେ । ଧର୍ମଗଡ଼ ରେଞ୍ଜର ପହଞ୍ଚି ମଙ୍ଗଳବାର ବିଭାଗୀୟ ଅଧିକାରୀ ତଦନ୍ତରେ ଆସିବା ନେଇ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଥିଲେ ଆନ୍ଦୋଳନକାରୀ । ଏହି ଘଟଣା ତଦନ୍ତରେ ମଙ୍ଗଳବାର କଳାହାଣ୍ଡି ଆଂଚଳିକ ବନ ସଂରକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ ର ଡେପୁଟି କଞ୍ଜରଭେଟର ଦିବାକର ବେହେରା ଓ ଏସିଏଫ୍ ଅନିଲ ରାୟ ପହଞ୍ଚି ଭିଏସଏସ୍ କମିଟିର ସଭାପତି ଓ ଶ୍ରମିକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ଏହା ସହ ଘଟଣାର ସରଜମିନ ତଦନ୍ତ କରି ସମସ୍ତ କାଗଜପତ୍ର ଯାଞ୍ଚ ପରେ ଯଦି କୌଣସି ବନ କର୍ମଚାରୀ ଏହି ଘଟଣା ରେ ଦୋଷୀ ଅଛନ୍ତି ଯାଞ୍ଚରେ ତଦନ୍ତ ପରିସରଭୁକ୍ତ ହେଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏହାସହ ଆମ ଜଙ୍ଗଲ ସୁରକ୍ଷା ଯୋଜନାରେ କାମ କରିଥିବା କେତେଜଣ ଶ୍ରମିକଙ୍କ ମଜୁରି ମିଳିନାହିଁ ଓ ସେମାନଙ୍କ ପ୍ରାପ୍ୟ ଶୀଘ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି । ଏହି ତଦନ୍ତ ସମୟରେ ଫରେଷ୍ଟରଙ୍କ ନାମରେ ଅର୍ଥ ଆତ୍ମସାତ ଅଭିଯୋଗ ଆଣିଥିବା ଭିଏସ୍‌ଏସ କମିଟି ନୁଆଗାଁ ଉପରପଡା ସଭାପତି ଟିକଚନ ମାଝୀ, ନୁଆଗାଁ ତଲପଡା ସଭାପତି ଚକ୍ରଧର ବାଗ, କନ୍ଦାଗଡ ବାଲିପଡା ସଭାପତି ଦୈତାରୀ ଦଳପତି, ଗନ୍ଦାଗଡ ସଭାପତି ନିରଞ୍ଜନ ନାଏକ, ଟିକ୍ରାପଡା ସମ୍ପାଦକ ସଦା ମାଝୀ, ଯୁବନେତା ଜିତେନ୍ଦ୍ର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗୀନି ହଂସ, ସୁବାଷ ଖର୍ସେଲ, ସନ୍ତୋଷ ମାଝୀ ସମେତ କାର୍ଯ୍ୟ କରିଥିବା ଶ୍ରମିକ ଉପସ୍ଥିତ ରହିଥିଲେ । ଧର୍ମଗଡ଼ ରେଞ୍ଜର ଭବାନୀ ଶଙ୍କର କଅଁର, ଫରେଷ୍ଟର ଜଗନ୍ନାଥ ନାଗ, ବେହେରା ଫରେଷ୍ଟର ଫାଲ୍ଗୁନୀ ମେହେର, ସୁଧାଂଶୁ ସାହୁ, ମୂରଲୀଧର ପଣ୍ଡା ଓ ଅନ୍ୟ ବନ ବିଭାଗ ର କର୍ମଚାରୀ ଉପସ୍ଥିତ ରହିଥିଲେ । କୌଣସି ଅପ୍ରୀତିକର ପରିସ୍ଥିତି ନ ହେବା ପାଇଁ ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ସମେତ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.