ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ପକ୍ଷରୁ ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ୱ ଏବଂ ରୀତା ଅପରାଜିତା ମହାନ୍ତିଙ୍କ ଉପସ୍ଥାପନାରେ ଏକ ଗଳ୍ପ ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦିକା ପ୍ରଣତି ମହାପାତ୍ର ଆଭାସୀ କାର୍ଯ୍ୟକ୍ରମ ସହ ଜଡ଼ିତ ସମସ୍ତଙ୍କୁ ସୁସ୍ଵାଗତ ଓ ଅଭିନନ୍ଦନ ଜଣାଇବା ସହ ଗଦ୍ୟ ବିଭାଗ ରଚନା ଉପରେ ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଅଧ୍ୟାପିକା କଲ୍ୟାଣୀ ମେହେର ଗଳ୍ପ ରଚନାର ବିଭିନ୍ନ ଦିଗରୁ ତଥ୍ୟପୂର୍ଣ୍ଣ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ । ଆସରରେ ଗୀତାଞ୍ଜଳି ପୃଷ୍ଟି, ସ୍ନେହ ମିଶ୍ର, ପ୍ରତିମା ଶତପଥୀ, ନିର୍ମଳ ନାୟକ, ଚନ୍ଦ୍ରା ମିଶ୍ର, ହୃଦୟ ରଞ୍ଜନ ପରିଡା, ଡ଼ଃ ପ୍ରିୟମ୍ବଦା ସାମଲ, ଅରୁଣ କୁମାର ମହାପାତ୍ର, ରଞ୍ଜନ କୁମାର ମହାନ୍ତି, ପ୍ରଣତି ମହାପାତ୍ର, ଦେବେନ୍ଦ୍ର କୁମାର ନାଏକ, ରୀତା ଅପରାଜିତା ମହାନ୍ତି, ଶରତଚନ୍ଦ୍ର ପଣ୍ଡା, ନିରୁପମା ପତି, ସହ୍ନିତା ଦାସ, ପୂର୍ଣ୍ଣଚନ୍ଦ୍ର ମେହେର, ଶୁଭେନ୍ଦୁ ମେହେର ପ୍ରମୁଖ ସ୍ରଷ୍ଟା ସେମାନଙ୍କର ସ୍ବରଚିତ ଗଳ୍ପ ପାଠ କରିଥିଲେ । ସାମ୍ପ୍ରତିକ ସମୟରେ ଯୁବପ୍ରତିଭାଙ୍କର ସୃଷ୍ଟି ଅତ୍ୟନ୍ତ ଉଚ୍ଚକୋଟୀର ଏବଂ ହୃଦୟସ୍ପର୍ଶୀ ବୋଲି ମୁମ୍ବାଇର ସ୍ନେହ ମିଶ୍ର ମତ ଦେଇଥିଲେ । ଶେଷରେ ସଂଯୋଜକ ରଞ୍ଜନ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।