ପ୍ରିୟପତ୍ର ସମ୍ମାନ ପାଇଲେ ଯୁବ ଗାଳ୍ପିକା ରଶ୍ମି ରଞ୍ଜିତା ସିଂହ

ଓଡ଼ିଆ ବାର୍ତ୍ତା/ ବରଗଡ଼: ପୁରୀରୁ ପ୍ରକାଶିତ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ପ୍ରିୟପତ୍ରର ମର୍ଯ୍ୟାଦା ଜନକ ତଥା ଶ୍ରେଷ୍ଠ ସମ୍ମାନ ‘ପ୍ରିୟପତ୍ର ସମ୍ମାନ-୨୦୨୬’ ପାଇଛନ୍ତି ଗାଳ୍ପିକା ରଶ୍ମି ରଞ୍ଜିତା ସିଂହ। ପୁରୀ ଠାରେ ଏନେଇ ଆୟୋଜିତ ୩୮ତମ ବାର୍ଷିକ ଉତ୍ସବ ପ୍ରିୟ ପତ୍ରର ସମ୍ପାଦକ ବିପିନ୍ ବିହାରୀ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବରେ କବି କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସମେତ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ରହି ଗାଳ୍ପିକା ରଶ୍ମି ରଞ୍ଜିତା ସିଂହଙ୍କୁ ମାନପତ୍ର, ଉପାୟନ, ସ୍ମୃତି ଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଆ ସାହିତ୍ୟର ଅନ୍ୟତମ ସାଧିକା ରଶ୍ମି ରଞ୍ଜିତା ଏହି ସମ୍ମାନ ପାଇବା ପରେ, ଏହା ଏକ ସ୍ଵୀକୃତି କେବଳ, ଏହାରି ମାଧ୍ୟମ ରେ ମୋର ଉତ୍ସାହ ଦ୍ୱିଗୁଣିତ ହେବା ସହିତ ସାହିତ୍ୟ ପାଇଁ ଦାୟିତ୍ବ ନ୍ୟସ୍ତ କଲେ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଶ୍ରୀମତୀ ସିଂହ ଓଡ଼ିଆ ଗଳ୍ପ, କବିତା, ସମାଲୋଚନା ମୂଳକ ରଚନା ରେ ମଗ୍ନ ରହୁଥିବା ବେଳେ ତାଙ୍କର ପ୍ରଥମ ଗଳ୍ପ ସଂକଳନ “ଫୁଲ ପାଖୁଡ଼ାରେ ଶୀତ” ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି। ଏହି ସମ୍ମାନ ମିଳିବା ପରେ ଗାଳ୍ପିକା ଶ୍ରୀମତୀ ସିଂହଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.