କଳାହାଣ୍ଡି କଳାକାର ସଂଘ ଓ ନାଟ୍ୟକ୍ଷେତ୍ର ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ଆୟୋଜିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଓଡ଼ିଶାରେ ନାଟକ ପତ୍ରିକାଟିଏ ନାହିଁ। ନାଟ୍ୟକର୍ମୀ ଓ ଲେଖକଙ୍କ ମଧ୍ୟରେ ସମନ୍ୱୟ ରହୁନାହିଁ। ନାଟକକୁ ନେଇ ଆଲୋଚନା, କର୍ମଶାଳା କ୍ଵଚିତ ଦେଖିବାକୁ ମିଳୁଛି। ମଞ୍ଚାୟନ ଓ ପ୍ରକାଶନ ଦିଗରେ ସମସ୍ୟା ଥିବା ଯୋଗୁଁ ଯୁବ ଲେଖକମାନେ ନାଟକ ରଚନା କ୍ଷେତ୍ରରେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହାର ସମାଧାନ ହେଲେ ଓଡ଼ିଶାର ନାଟ୍ୟ ପରମ୍ପରା ଆହୁରି ଆଗକୁ ବଢ଼ିପାରିବ ବୋଲି ବିଶ୍ଵ ନାଟକ ଦିବସରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ସ୍ଥାନୀୟ କଳାହାଣ୍ଡି କଳାକାର ସଂଘ ସଭାଗୃହ ପରିସରରେ କଳାକାର ସଂଘ, ଷ୍ଟ୍ରିମ୍ ମ୍ୟୁଜିକ୍ ଓ ନାଟ୍ୟକ୍ଷେତ୍ରର ମିଳିତ ସହଯୋଗରେ ବିଶ୍ଵ ନାଟ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି। ଏବର୍ଷର ନାଟ୍ୟବାର୍ତ୍ତା ପଠନ କରିଥିଲେ ନାଟ୍ୟକ୍ଷେତ୍ର ସମ୍ପାଦକ ରାମେଶ୍ଵର ତ୍ରିପାଠୀ। ଏଥିରେ ଅତିଥିଙ୍କ ଦ୍ଵାରା ନାଟକ ପାଣ୍ଡୁଲିପି ଓ ଯୁବବର୍ଗଙ୍କ ମଧ୍ୟରେ ପାଣ୍ଡୁଲିପି ରଚନା ସମ୍ପର୍କିତ ଆଲୋଚନା ହୋଇଥିଲା। ଆଲୋଚନାଚକ୍ରରେ କଳାହାଣ୍ଡି କଳାକାର ସଂଘ ସଭାପତି କାଦିର୍ ଖାନ୍, ବରିଷ୍ଠ ଅଭିନେତା ଅଶୋକ ପାତ୍ର, ନିର୍ଦ୍ଦେଶକ ପ୍ରଦୀପ ଧଙ୍ଗଡାମାଝୀ, ଅଭିନେତା ବିରଞ୍ଚି ନାରାୟଣ ମୁଣ୍ଡ, ଯୁବଲେଖକ ଡିଲେଶ୍ଵର ରଣା ଓ ଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀ ପ୍ରମୁଖ ଭାଗ ନେଇଥିଲେ। ଏହି ଅବସରରେ ନାଟ୍ୟକ୍ଷେତ୍ର ଦ୍ଵାରା ନାଟକ ‘ସ୍ୱଚ୍ଛ ଭାରତ ଅଭିଯାନ’, ମାଇମ ଆକ୍ଟ ଓ ଷ୍ଟ୍ରିମ୍ ମ୍ୟୁଜିକ୍ ଦ୍ଵାରା ସଙ୍ଗୀତ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଯୁବ ଅଭିନେତା ସୌରଭ ମହାପାତ୍ର ଏବଂ ଧନ୍ୟବାଦ ଦେଇଥିଲେ ସମ୍ପାଦକ ରିୟାଜ୍ ଖାନ୍। କାର୍ଯ୍ୟକ୍ରମରେ ପଦ୍ମନାଭ କୁମାର, ଭୀମସେନ ସାହୁ, ଅବଦୁଲ୍ଲା ଖାନ୍, ବାବୁଲାଲ ଶର୍ମା, ବିଜୟ କୁମାର ଦାସ, ଶୁଭେନ୍ଦୁ ମହାପାତ୍ର, ରଞ୍ଜିତ ସିଂହ, ସତ୍ୟନାରାୟଣ ମିଶ୍ର, ସଂଗ୍ରାମ ସରାଫ, ଶେଷଦେବ ମିଶ୍ର, ଲଲିତ ପଟ୍ଟନାୟକ, ଲିପ୍ସାରାଣୀ ବାରିକ, ପ୍ରଜ୍ଞା ପରିମିତା ନାୟକ, ଆଶୁତୋଷ ପୁରୋହିତ, ଆଲୋକ ସାହୁ, କାହ୍ନୁଚରଣ ଗୌଡ, ପ୍ରବୀଣ ଅଗ୍ରୱାଲ, ଦେବାଶିଷ ତ୍ରିପାଠୀ, ମୁନା ଧଙ୍ଗଡ଼ାମାଝୀ, ଅନୀଲ ବୈଠାରୁ, ମଧୁସୂଦନ ପଣ୍ଡା, ଚିତ୍ତରଞ୍ଜନ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.