ଜାତୀୟ ପ୍ରେସ୍ ଦିବସରେ ସମ୍ବର୍ଦ୍ଧିତ ହେଲେ ସମୀର ଚାନ୍ଦ

 

କଳାହାଣ୍ଡି,୧୬/୧୧:
ଓଡିଶା ପତ୍ରକାର ସଂଘ ସହ ଅନୁବନ୍ଧିତ ନର୍ଲା ପ୍ରେସ୍ କ୍ଲବ ଦ୍ବାରା ଆୟୋଜିତ ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ଯୁବ ନେତା ସମୀର ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡ ଠାରେ ଆୟୋଜିତ ହୋଇଥିବା ଏହି ବର୍ଣାଢ୍ୟ ଉତ୍ସବରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଶ୍ରୀଯୁକ୍ତ ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ପ୍ରେସ କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ନର୍ଲାରେ ଜନ୍ମିତ ଶ୍ରୀଯୁକ୍ତ ଚାନ୍ଦ ସମାଜର ଅବହେଳିତ, ନିଷ୍ପେଷିତ ବ୍ୟକ୍ତିମାନଙ୍କ ଅଧିକାର ପାଇଁ ସଂଘର୍ଷରତ । ଏହା ସହ ସେ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ଓ ସାଧାରଣ ଜନତାଙ୍କୁ ଖୋଲା ହୃଦୟର ସହ ସାହାଯ୍ୟ ସହଯୋଗ କରିଥାନ୍ତି । ବର୍ତମାନ ସୁଦ୍ଧା ହଜାରେରୁ ଅଧିକ ସଭାସମିତିରେ ଅତିଥି ଭାବେ ଯୋଗଦେବା ସହ ସହଯୋଗର ହାତ ବଢେଇ ସମାଜର ବୃହତ୍ତର ସ୍ବାର୍ଥ ପାଇଁ କାର୍ଯ୍ୟ କରି ଯୁବକମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ନର୍ଲା ଅଞ୍ଚଳର ଉନ୍ନତି ପାଇଁ ତତ୍ପର ଥିବା ଏହି ଯୁବ ବ୍ୟକ୍ତିତ୍ବ ଆଗାମୀ ନିର୍ବାଚନରେ ନର୍ଲାରୁ ବିଧାୟକ ପାର୍ଥୀ ଭାବେ ଲଢିବାକୁ ସ୍ଥିର କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମ୍ବର୍ଦ୍ଧିତ ହେବା ଅବସରରେ ନର୍ଲା ପ୍ରେସ୍ କ୍ଲବକୁ ସମ୍ଭୋଧୀତ କରି ସେ ତାଙ୍କ ବ୍ୟକ୍ତବ୍ୟରେ ମାଟିର ଉନ୍ନତିପାଇଁ ସମର୍ପିତ ଥିବା ପ୍ରକାଶ କରିବାସହ ଏହି ସମ୍ରଦ୍ଧନା ତାଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

ନର୍ଲା ପ୍ରେସ୍ କ୍ଲବ ସଭାପତି ଥବିରାମ ବୁଦ୍ଧିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୂର୍ଗାପ୍ରସାଦ ମହାନ୍ତି , ମୁଖ୍ୟ ବକ୍ତା ଭାବେ ଓଡିଶା ପତ୍ରକାର ସଂଘର ରାଜ୍ୟ ଉପସଭାପତି ରାମଦାସ ଲିମା , ବିଶିଷ୍ଟ ଅତିଥି ଭାବେ ଭବାନିପାଟଣା ସ୍ବୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଅଜୟ ମିଶ୍ର , ସମ୍ମାନିତ ଅତିଥି ଭାବେ ସମାଜସେବୀ ଇଂ. ସୁଶୀଲ କୁମାର ଶବର , ଲାଞ୍ଜିଗଡ ପ୍ରେସ୍ କ୍ଲବ ସଭାପତି କୈଲାସ ସାହୁ , ନର୍ଲା ପ୍ରେସ୍ କ୍ଲବ ତଥା ଓଡିଆ ବାର୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ବର୍ଣାଢ୍ୟ ଉତ୍ସବରେ କଳାହାଣ୍ଡି ଜିଲ୍ଲା ସମେତ ପଡୋଶୀ ରାୟଗଡା ଓ ବଲାଙ୍ଗୀର ଜିଲ୍ଲାର ଅନେକ ସାମ୍ବାଦିକ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.