ନର୍ଲା ପ୍ରେସ୍ କ୍ଲବ ଦ୍ବାରା ସମ୍ବର୍ଦ୍ଧିତ ହେଲେ ସୁଶୀଲ ବାଗ

କଳାହାଣ୍ଡି,୧୬/୧୧: ଓଡିଶା ପତ୍ରକାର ସଂଘ ସହ ଅନୁବନ୍ଧିତ ନର୍ଲା ପ୍ରେସ୍ କ୍ଲବ ଦ୍ବାରା ରୁପ୍ରୋରୋଡ ଠାରେ ଆୟୋଜିତ ଜାତୀୟ ପ୍ରେସ୍ ଦିବସ ଅବସରରେ ଲାଞ୍ଜିଗଡ ପ୍ରେସ୍ କ୍ଲବ ସଂପାଦକ ତଥା ଯୁବ ସାହିତ୍ୟିକ ସୁଶୀଲ କୁମାର ବାଗ ସମ୍ବର୍ଦ୍ଧିତ ହୋଇଛନ୍ତି ।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋପାଳପୁର ଗାଁରେ ଜନ୍ମିତ ସୁଶୀଲ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ । ତାଙ୍କ ବୟସରେ ସେ ଯେଉଁ ସବୁ କାର୍ଯ୍ୟ କରିଛନ୍ତି ତାହା ଚିରଦିନ ଯୁବଶକ୍ତିଙ୍କ ମଧ୍ୟରେ ପ୍ରେରଣା ସୃଷ୍ଟି କରିବ । ଜଣେ ଯୁବ ଲେଖକ, ସମାଜସେବୀ, ଦକ୍ଷ ସଂଗଠକ , ସଂପାଦକ , ସମାଲୋଚକ , ସାମ୍ବାଦିକ ଆଦି ବହୁମୁଖୀ ପ୍ରତିଭାର ଅଧିକାରୀ ସୁଶୀଲ ଲାଞ୍ଜିଗଡ ଅଞ୍ଚଳ ଓ ଜିଲ୍ଲା ପାଇଁ ଅନେକ କିଛି କରିବାର ସ୍ବପ୍ନ ଦେଖନ୍ତି ।

ଲାଞ୍ଜିଗଡ ଗୋପାଳପୁର ଗାଁର ଏହି ଯୁବକ ଆଜି ସମଗ୍ର କଳାହାଣ୍ଡି ତଥା ରାଜ୍ୟର ଜଣେ ଆଗଧାଡିର ଯୁବ ପ୍ରତିଭା ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି । ଏଣୁ ତାଙ୍କ ପ୍ରତିଭାକୁ ସମ୍ମାନ ଜଣାଇ ଆଜିର ଜାତୀୟ ପ୍ରେସ୍ ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି ବୋଲି ନର୍ଲା ପ୍ରେସ କ୍ଲବ ପକ୍ଷରୁ ସୂଚନା ଦିଆ ଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.