ବଡଧାରପୁର ଯୁବକ ସଂଘ ସଦସ୍ୟ ମଧ୍ୟ ପାଇଲେ ସଫଳତା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ଭଲିବଲ ରେଫରି ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ଏଥିରେ ଅନେକ ଯୋଗ୍ୟ ବ୍ୟକ୍ତି କୃତକାର୍ଯ୍ୟ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ଦୁଇ ଜଣ ସଦସ୍ୟ ସଫଳତା ଲାଭ କରିଛନ୍ତି । ସେମାନେ ହେଲେ ବିପିନ କୁମାର ପଧାନ ଓ ଅଜିତ କୁମାର ନାଏକ । ଶ୍ରୀ ପଧାନ କଣ୍ଡେଲ ସ୍କୁଲର କ୍ରୀଡା ଶିକ୍ଷକ ଓ ଶ୍ରୀ ନାଏକ ମଶାଣିବନ୍ଧ ସ୍କୁଲର କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ଏହି ଦୁଇ ଜଣ ଉକ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଥିବାରୁ ସରିଆଁ ଗାଁ ତଥା କଳାହାଣ୍ଡି ପାଇଁ ଗୌରବ ଆଣି ଦେଇଛନ୍ତି । ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଦୂର୍ବାଦଲ ଭୋଇ, ସମ୍ପାଦକ ମିଳନ କୁମାର ଭୋଇ, ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଓ ସଦସ୍ୟବୃନ୍ଦଙ୍କ ସହ ଅଞ୍ଚଳବାସୀ ଏମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ଭାବେ ବଡଧାରପୁର ଯୁବକ ସଂଘର ସଦସ୍ୟ ଚନ୍ଦ୍ର ମୋହନ ବିଶ୍ୱାଳ ନର୍ଲା ବ୍ଲକ ରାତୁଳ ସ୍କୁଲରେ କ୍ରୀଡା ଶିକ୍ଷକ ଭାବେ କାର୍ଯ୍ୟରତ ଥାଇ ରାଜ୍ୟ ଭଲିଭଲ ରେଫରି ପରିକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କୁ ମଧ୍ୟ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।