ଉଦ୍ଧାର ହେଲେ ଦୁଇ ଅସହାୟ ବୃଦ୍ଧ ବୃଦ୍ଧା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ନିଜର କେହି ନଥିବାରୁ ନିଜ ଗାଁକୁ ଛାଡି ଏପଟେ ସେପଟେ ରହୁଥିଲେ ଜଣେ ବୃଦ୍ଧ ମହିଳା । ସେ ଠିକ ଭାବରେ ଦେଖି ପାରୁନଥିବାରୁ ଭବାନୀପାଟଣା ସହରର ଏଠି ସେଠି ଶୋଇପଡୁଥିଲେ । ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସମାଜସେବୀ ଯଶୋବନ୍ତ ରଣା ଓ ରାଜେଶ ଗୌଡ଼ ତାଙ୍କ ପାଖକୁ ପହଂଚି ସମସ୍ୟା ବିଷୟରେ ଅବଗତ ହେଲାପରେ ଡିଏସଏସଓ ମଦନଜିତ ହୋତାଙ୍କ ସହ ସମସ୍ୟା ବିଷୟରେ ଆଲୋଚନା କରି ଥଇଥାନ କରିବାକୁ ନିବେଦନ କରିଥିଲେ । ଡ଼ିଏସଏସଓଙ୍କ ନିର୍ଦ୍ଦେଶରେ ଅରୁଣ ମହାପାତ୍ର ପହଂଚି ତାଙ୍କୁ ସେଠାରୁ ଉଦ୍ଧାର କରି ଧର୍ମଗଡ଼ ସ୍ଥିତ ଶ୍ୟାମ ବୃଦ୍ଧାଶ୍ରମକୁ ସମାଜସେବୀ ମାନଙ୍କ ସହଯୋଗରେ ନେଇ ଥଇଥାନ କରାଗଲା । ସେହିପରି ଥୁଆମୂଳ ରାମପୁରର ଜଣେ ଅସହାୟ ବୃଦ୍ଧଙ୍କୁ ମଧ୍ୟ ଉଦ୍ଧାର କରାଗଲା । ତାଙ୍କୁ ମଧ୍ୟ ଶ୍ୟାମ ଆଶ୍ରମ ରେ ଥଇଥାନ କରାଗଲା । ଦୁଇଜଣଙ୍କୁ ଶ୍ୟାମ ବୃଦ୍ଧାଶ୍ରମର ମୁଖ୍ୟ ଶ୍ୟାମସୁନ୍ଦର ଜାଲ ଗ୍ରହଣ କରି ଦେଖା ଶୁଣା କରିବା ସହ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି । ଏହି ଉଦ୍ଧାର କାର୍ଯ୍ୟରେ ଅରୁଣ ମହାପାତ୍ର, ଯଶୋବନ୍ତ ରଣା, ରାଜେଶ ଗୌଡ଼, ମହେନ୍ଦ୍ର ନାଏକ ଓ ସୁଜନ ନାଏକ ପ୍ରମୁଖ ଉପସ୍ଥିତ ରହି ସେମାନଂକୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ସମାଜସେବୀ ମାନଙ୍କ ଏହିପରି କାର୍ଯ୍ୟକୁ ଭବାନୀପାଟଣାବାସୀ ସାଧୁବାଦ ଜଣେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.