ଉପଖଣ୍ଡ ସ୍ତରୀୟ ରେଲି ପାଇଁ ପ୍ରାଥମିକ ଶିକ୍ଷକ ସଂଘର ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ ଏମ୍ଏନ୍ଓପିଏସ୍ ତଥା ବ୍ଲକ ନୂତନ ପେନସନ ଯୋଜନା ଭୂକ୍ତ ସଭାପତି ଲଳିତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଜୟପାଟଣା ଠାରେ ଶିକ୍ଷକ ମାନଙ୍କ ଉପସ୍ଥିତିରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ମୋହନ ଯୋଶୀ, ଶିକ୍ଷକ ସଂଘ ଏକ୍ସ କ୍ୟାଡ଼ର ସଭାପତି ଅନିଲ ପଟ୍ଟନାୟକ, ସମ୍ପାଦକ ଜ୍ୟୋତି ରଞ୍ଜନ ରାଉତ, କନିଷ୍ଠ ଶିକ୍ଷକ ସଂଘ ଭାରି ଜଳ ବିଭାଗ ମୁଖିଗୁଡା, ଚିତ୍ତରଞ୍ଜନ ଦଳପତି ପଞ୍ଚାୟତ ରାଜ ବିଭାଗ,, ଶିକ୍ଷକ ବିଶ୍ଵ ରଞ୍ଜନ ବେହେରା ତଥା ଶତାଧିକ ଶିକ୍ଷକ ଏହି ସଭାରେ ଅଂଶ ଗ୍ରହଣ କରିଥିଲେ । ଏହି ସଭାରେ ଶିକ୍ଷକ ମାନଙ୍କ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ଏବଂଆସନ୍ତା ତା ୧୨/୦୪୨୦୨୨ ରିଖ ରେ ହେବାକୁ ଥିବା ଏନପିଏସ ଉଚ୍ଛେଦ କରି ଓପିଏସ ଲାଗୁ କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଧର୍ମଗଡ଼ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯିବ ପାଇଁ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରଯାଇଥିଲା । ଏଣୁ ୨୦୦୪ ବ୍ୟାଚ ପର ଠାରୁ ନିଯୁକ୍ତି ପାଇଥିବା ସମସ୍ତ କର୍ମଚାରୀ ମାନେ ବିପୁଳ ସଂଖ୍ୟାରେ ଯୋଗଦାନ କରି ଉକ୍ତ ରେଲିଟିକୁ ସାଫଳ୍ୟ ମଣ୍ଡିତ କରିବା ପାଇଁ ଉପଖଣ୍ଡ ସ୍ତରୀୟ ଏମ୍ଏନ୍ଓପିଏସ୍ ସଭାପତି ଲଳିତ କୁମାର ନାଏକ ଶିକ୍ଷକ ମାନଙ୍କୁ ଅନୁରୋଧ ଜଣାଇଛନ୍ତି । ପରେ ପରେ ଏହି ବୈଠକରେ ତାପସ ରଞ୍ଜନ ପଣ୍ଡାଙ୍କୁ ଶିକ୍ଷକ ସଂଘର ମୁଖ୍ୟ ସଂଯୋଜକ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ଏହି ସଭାରେ ଅନ୍ୟ ଶିକ୍ଷକ ମାନଙ୍କ ମଧ୍ୟରେ ଶିକ୍ଷକ ସଂଘର ସମ୍ପାଦକ ରମାକାନ୍ତ ମାଝୀ, ନବ କିଶୋର ନାଏକ, ଅଶୋକ ମୁଣ୍ଡ,ମାନସ ପଣ୍ଡା, ପ୍ରଫୁଲ୍ଲ ବେହେରା, ସିଦ୍ଧାର୍ଥ ମିଶ୍ର, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.