ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସ୍ଥିତ ପେସିଫିକ୍ ପବ୍ଲିକ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁଁ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ହୋଇ ପାରିନଥିଲା । ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ କୁ ନେଇ ଛାତ୍ର ଛାତ୍ରୀ, ଶିକ୍ଷକ/ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଅନେକ ଉତ୍ସାହ, ଉଦ୍ଦୀପନା ଦେଖିବାକୁ ମିଳିଥିଲା ।ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବିଇଓ ବିଜୟ ସେନାପତି, ମୁଖ୍ୟ ବକ୍ତା ଭାବେ ନର୍ଲା ନବୋଦୟର ସାମାଜିକ ବିଜ୍ଞାନ ଅଧ୍ୟାପକ ଦୁର୍ଗା ଚରଣ ନନ୍ଦ, ସମ୍ମାନୀତ ଅତିଥି ଭାବେ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ଓ ବିସିସି ବ୍ୟାଙ୍କ ମ୍ୟାନେଜର ମନୋରଞ୍ଜନ ଚାନ୍ଦ ଯୋଗଦେଇଥିଲେ । ଅତିଥିମାନେ ଶିକ୍ଷଣ ପଦ୍ଧତି ଓ ଶିଶୁ ମନୋବିଜ୍ଞାନ ଉପରେ ଆଲୋକପାତ କରିବାସହ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ପେସିଫିକ୍ ପବ୍ଲିକ ସ୍କୁଲର ପ୍ରିନ୍ସପାଲ ତୁଲସିରାମ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପରିବେଷିତ ନାଚ ଗୀତ କାର୍ଯ୍ୟକ୍ରମ ରେ ମଞ୍ଚ ଦୁଲୁକି ଉଠିଥିଲା ।