ଟୋଲବ୍ରାହ୍ମଣୀ ସ୍କୁଲ ପରିଦର୍ଶନ କଲେ ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଟୋଲବ୍ରାହ୍ମଣୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ। ସରିଆଁ ପଞ୍ଚାୟତ ଅଧିନସ୍ଥ ଏହି ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଶିକ୍ଷକ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ସରପଞ୍ଚ ଶ୍ରୀଯୁକ୍ତ ଛତ୍ରିଆ। ବିଦ୍ୟାଳୟର ଉତ୍ତମ ପରିବେଶ, ସ୍ବଚ୍ଛତା, ଶୃଙ୍ଖଳା ସହ ଉତ୍ତମ ଶିକ୍ଷାଦାନ ଦେଖି ସରପଞ୍ଚ ଶ୍ରୀ ଛତ୍ରିଆ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଅବସରରେ ସେ ଓଡ଼ିଶା ସରକାରଙ୍କ ଦ୍ବାରା ମାଗଣାରେ ଯୋଗାଇ ଦିଆଯାଉଥିବା ପାଠ୍ୟ ପୁସ୍ତକ ଛାତ୍ରଛାତ୍ରୀମାନଙ୍କୁ ବିତରଣ କରିଥିଲେ। ଏଥିରେ ସରିଆଁ ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ, ସମିତି ସଭ୍ୟ ଭାସ୍କର ଭୋଇ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଲମ୍ବୋଦର ବେହେରା, ସହ-ଶିକ୍ଷୟିତ୍ରୀ ସୁରୁବାନି ଶବରଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ନବ ନିର୍ବାଚିତ ସରିଆଁ ସରପଞ୍ଚ  ଓମପ୍ରକାଶ ଛତ୍ରିଆ  ସ୍ନାତକୋତ୍ତର ଶିକ୍ଷାପ୍ରାପ୍ତ ଜଣେ ଉଚ୍ଚ ଶିକ୍ଷିତ ଯୁବକ ହୋଇଥିବାରୁ ଶିକ୍ଷା ପ୍ରତି ବିଶେଷ ଧ୍ୟାନ ଦେଉଥିବା ପରିଲକ୍ଷିତ ହେଉଛି। ଇତି ମଧ୍ୟରେ ସେ ଟୋଲବ୍ରାହ୍ମଣୀ ବିଦ୍ୟାଳୟ ସମେତ ଚିଆଁପଦର, ଦେଣ୍ଡୋଗୁଡ଼ା ଆଦି ବିଦ୍ୟାଳୟ ପରିଦର୍ଶନ ସହ ସ୍କୁଲମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହେଉଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.