ଯୁବ ବ୍ୟବସାୟୀଙ୍କ ପରଲୋକରେ ଶୋକର ଛାୟା

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ବ୍ଲକ ଅନ୍ତର୍ଗତ ନିମେଇଶାପୁର ପଞ୍ଚାୟତର ନାହାଭଙ୍ଗା ଗ୍ରାମର ସ୍ବର୍ଗତ ଇନ୍ଦ୍ରମଣି ବେହେରା ଓ ମାତା ବିଳାସ ମଞ୍ଜରୀ ବେହେରାଙ୍କ ପୁତ୍ର ତଥା ସଫଳ ବ୍ୟବସାୟୀ ଶୁକଦେବ ବେହେରାଙ୍କ ସାନଭାଇ ବସନ୍ତ ବେହେରା (ଟୁଟୁ)ଙ୍କ ମାତ୍ର ୪୫ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ବିରିବାଟି ସ୍ଥିତ ରତ୍ନାକର ବିଦ୍ୟାମନ୍ଦିରରୁ ସଫଳତାର ସହିତ ପାସ କଲାପରେ ସେ ବ୍ୟବସାୟରେ ମନୋନିବେଶ କରି ଏକ ସଫଳ ବ୍ୟବସାୟୀ ହେବା ସହିତ ଜନସେବାରେ ନିଜକୁ ବ୍ରତୀ ରଖିଥିଲେ । ଏକ ବ୍ୟବସାୟୀକ କାମରେ କୋଲକାତା ଯାଇଥିବାବେଳେ ସେଠାରେ ପ୍ରଥମେ ହୃଦଘାତରେ ଶିକାର ହେବାପରେ ତୁରନ୍ତ ଫେରିଆସି ଭୁବନେଶ୍ବରସ୍ଥ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳୁ ତାଙ୍କ ପରଲୋକ ହେବା ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ବିଜେଡ଼ି ଜିଲ୍ଲା ସମ୍ପାଦକ ସମର ବେହେରା, ସଦର “ଆତ୍ମା” ଅଧକ୍ଷ ରଜନୀକାନ୍ତ ସାହୁ, ୫ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ମାହାଳି, ଫକିରପଡାର ପୂର୍ବତନ ସରପଞ୍ଚ ଯତୀନ ରାଉଳ, ନିମେଇଶାପୁର ପୂର୍ବତନ ସରପଞ୍ଚ ତ୍ରିଲୋଚନ ସ୍ବାଇଁ, ସୁବୋଧ ବେହେରା ପ୍ରମୁଖ ଶେଷ ଦର୍ଶନ କରି ଶୋକବ୍ୟକ୍ତ କରିଛନ୍ତି । ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଦୁଇ ପୁଅ ଶୁଭ୍ରଜିତ୍ ଓ ବିଶ୍ୱଜିତ୍ ମୁଖଗ୍ନି ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.