ଖଜୁରୀପଡ଼ା ଠାରେ ଡାକମେଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଡାକମଣ୍ଡଳ ତରଫରୁ ଖଜୁରୀପଡ଼ା ବ୍ଲକ ଠାରେ ଏକ ଡାକମେଳା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଫୁଲବାଣୀ ଡିଭିଜନର ଏଏସପି ସୁଧାଂଶୁ ଶେଖର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା । ଫୁଲବାଣୀ ସବଡିଭିଜନର ଏପିଆଇ ସଂଜୟ କୁମାର ଦୋରା, ଶେଷଦେବ ସାହୁ, ଡିଓପିଏଲାଇ ସଂଗ୍ରାମ କେଶରୀ ପ୍ରଧାନ ଏବଂ ଓଭରସିଅର ଅଭୟ ମେଲର ପ୍ରମୁଖ ଉପସ୍ଥିତ ଥିଲେ । ସଭାରେ ଡାକ ବିଭାଗର ସମସ୍ତ ସ୍କିମ ଏବଂ ଏହାର ଉପକାରିତା ବିଷୟରେ ଅବଗତ କରାଇଥିଲେ । ଜନସଚେତନତା ପାଇଁ ସମସ୍ତ ଉପରିସ୍ଥ ଅଧିକାରୀଙ୍କ ସହ ସମସ୍ତ ବିପିଏମ ମାନେ ମିଶି ଗ୍ରାମ ପରିକ୍ରମା କରିବା ସହ ବୀମା ପ୍ରଚାର ପତ୍ର ବଣ୍ଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏଥିରେ ଫୁଲବାଣୀ ସବ ଡିଭିଜନର ସମସ୍ତ ବିପିଏମ ଓ ସ୍ଥାନୀୟ ସରପଞ୍ଚ, ଅଙ୍ଗନ ୱାଡି କର୍ମୀ ଓ ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.