ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବେ କୋରାପୁଟର ୫ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ଆୟୋଜିତ । ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଏହି ପ୍ରଦର୍ଶନୀରେ ସାମିଲ ହୋଇଥିବା ଗଣିତ ଓ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ଶିକ୍ଷା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ ଏଠାକୁ ପରିଦର୍ଶନରେ ଆସିଥିବା ବେଳେ ସୃଜନଶୀଳତା ପ୍ରଦର୍ଶନ ପାଇଁ ଏକ ସୁଯୋଗ ବୋଲି ମତ ରଖିଥିଲେ । ଏହି ପ୍ରଦର୍ଶନୀରେ ପାଞ୍ଚଟି ଥିମ୍ ଉପରେ ଆଧାରିତ ପ୍ରକଳ୍ପ ପ୍ରତିଯୋଗିତାରେ ସର୍ବୋକୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ମନୋନୀତ କରାଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ଜଣାଇଥିଲେ । କୋଭିଡ କଟକଣାରେ ଗତ ଦୁଇ ବର୍ଷ ଧରି କୌଣସି ପ୍ରଦର୍ଶନୀ ଅନୁଷ୍ଠିତ ହୋଇପାରିନଥିଲା । ତେଣୁ ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀ ନିଜ ମଧ୍ୟରେ ଥିବା ସୃଜନଶୀଳତାକୁ ପ୍ରକାଶ କରିବା ପାଇଁ ପ୍ରଚେଷ୍ଟା କରିପାରିଥିବାବେଳେ ସେମାନଙ୍କୁ ପ୍ରୋତ୍ସାହନ ମିଳିଲେ ଆହୁରି ଭଲ ଭାବେ ପ୍ରଦର୍ଶନ କରିପାରିବେ ବୋଲି ବିଚାରକମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.