କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ପ୍ରତିନିଧି ଘୋଷଣା : ଜାଣନ୍ତୁ କିଏ ହେଲେ କେଉଁ ବ୍ଲକ/ଏନଏସି ପ୍ରତିନିଧି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ଆଜି କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସମେତ ଜିଲ୍ଲାର ୧୩ଟି ବ୍ଲକ, ଗୋଟିଏ ପୌର ପରିଷଦ ଓ ତିନୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନିଜର ପ୍ରତିନିଧି ଘୋଷଣା କରିଛନ୍ତି । କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ ବରିଷ୍ଠ ବିଜେପି ନେତା ସୁଧୀର ପଟ୍ଟଯୋଶୀ ମନୋନୀତ ହୋଇଛନ୍ତି । ସେହିପରି ଭାବେ ଧର୍ମଗଡ ବ୍ଲକ ପାଇଁ ହିମାଂଶୁ ଶେଖର ପଣ୍ଡା, କୋକସରା ବ୍ଲକ ପାଇଁ ସୁଧୀର ପାତ୍ର, କଲମପୁର ବ୍ଲକ ପାଇଁ ହୃଷିକେଶ ବେହେରା, ଜୟପାଟଣା ବ୍ଲକ ପାଇଁ ବିଜୟ ଦିଶାରୀ, ଗୋଲାମୁଣ୍ଡା ବ୍ଲକ ପାଇଁ ଭାଗ୍ୟବାନ ବାଗ, ଜୁନାଗଡ ବ୍ଲକ ପାଇଁ ଚନ୍ଦ୍ରହାସ୍ୟ ବିଶ୍ବାଲ, ଭବାନୀପାଟଣା ବ୍ଲକ ପାଇଁ ଇନ୍ଦୁ ଭୂଷଣ ସାହୁ, ନର୍ଲା ବ୍ଲକ ପାଇଁ ପ୍ରଦୀପ କୁମାର ନାଏକ, କେସିଙ୍ଗା ବ୍ଲକ ପାଇଁ ଶଶାଙ୍କ ମହଲା, କର୍ଲାମୁଣ୍ଡା ବ୍ଲକ ପାଇଁ ରାଜେନ୍ଦ୍ର କୁମାର ମିଶ୍ର, ମଦନପୁର ରାମପୁର ବ୍ଲକ ପାଇଁ ଖୁସିରାମ ସାହୁ, ଲାଞ୍ଜିଗଡ଼ ବ୍ଲକ ପାଇଁ ଲକ୍ଷ୍ମୀଧର ସନ୍ତୋଷରାୟ, ଥୁଆମୂଲ ରାମପୁର ବ୍ଲକ ପାଇଁ ବିଷ୍ଣୁ ନାଏକ, ଭବାନୀପାଟଣା ପୈ।ରପାଳିକା ପାଇଁ ଚିନ୍ମୟ ବେହେରା, କେସିଙ୍ଗା ଏନଏସି ପାଇଁ ଗୋବିନ୍ଦ ବନଛୋର, ଜୁନାଗଡ ଏନ୍ଏସି ପାଇଁ କାଳିନ୍ଦୀ ଚରଣ ପାଣିଗ୍ରାହୀ ଏବଂ ଧର୍ମଗଡ ଏନ୍ଏସି ପାଇଁ ହେମନ୍ତ କୁମାର ମାଝୀ ସାଂସଦ ଶ୍ରୀ ପଣ୍ଡାଙ୍କ ପ୍ରତିନିଧି ଭାବେ ମନୋନୀତ ହୋଇଛନ୍ତି । ଏହି ପ୍ରତିନିଧିମାନେ କଳାହାଣ୍ଡି ଲୋକସଭା ସାଂସଦଙ୍କ ଅନୁପସ୍ଥିତିରେ ନିଜ ଅଞ୍ଚଳରେ ସାଂସଦଙ୍କ ପ୍ରତିନିଧିତ୍ୱ କରିବେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.